ଚକା ନୟନ ଙ୍କୁ ଅଳି...
ହେ ଚକାନୟନ ଶୟନ ଜାଗରଣେ ତୁମ୍ଭ ଦରଶନ ଟିକିଏ ହୁଅନ୍ତା କି ପ୍ରଭୂ ଜୀବନ ହୁଅନ୍ତା ଧନ୍ୟ। ତୁମ ଚକାଆଖି ଟିକିଏ ପାରନ୍ତା କି ନିରେଖି ଭକ୍ତଗଣଙ୍କ ଦୁଃଖ ତୁମ ବାଙ୍କ ଚାହାଣି ରେ ରହିଛି ଅପୂର୍ବ ସୁଖ। ତୁମ ଚରଣରେ ରହିଛି ଶାନ୍ତି ତୁମ ଚରଣ ସ୍ପର୍ଶ ରେ ମେଣ୍ଟି ଯାଉ ଭକ୍ତ ଜନ ଙ୍କ ସମସ୍ତ କ୍ଲାନ୍ତି । ଯିଏ ଯେଉଁଠାରେ ଥାଇ ଡାକିଲେ ତୁମ୍ଭକୁ ତୁମେ ଡାକ ଶୁଣି ଥାଅ ହେ ଚକାନୟନ ଶୟନ ଜାଗରଣେ ତୁମ୍ଭ ଦରଶନ ଟିକିଏ ହୁଅନ୍ତା କି ପ୍ରଭୂ ଜୀବନ ହୁଅନ୍ତା ଧନ୍ୟ।
Ad
Poetry Books 50% Off
Bestselling collections from top poets
Shop Now →
