ଅପ୍ରତ୍ୟାଶିତ ବାସ୍ତବତା
ସେ କାହାଣୀ ର ନାୟିକା ମୁଁ ସେ କାହାଣୀ ର ଖଳନାୟିକା ମୁଁ ସେ କାହାଣୀର ମୁଖ୍ୟ ଚରିତ୍ର ମଧ୍ୟ ମୁଁ, ସେ କାହାଣୀର ପାର୍ଶ୍ଵ କଳାକାର ବି ମୁଁ |(୧) ସେ କାହାଣୀ ରେ କାନ୍ଦିବା ମନା ସେ କାହାଣୀ ରେ ହସି ହୁଏନା ନା ସେ କାହାଣୀ ଚିତ୍ରିତ, ନା ସେ କାହାଣୀ ନିର୍ଦ୍ଦେଶିତ |(୨) ନା ସେ କାହାଣୀ ସାପେକ୍ଷ ନା ସେ କାହାଣୀ ନିରେପେକ୍ଷ ନା ସେ କାହାଣୀ ସାମ୍ପ୍ରସାରିତ ଥିଲା, ନା ସେ କାହାଣୀ ସଂକୁଚିତ |(୩) ସବୁ ପରେ ବି ସେ କାହାଣୀ ରେ ଥିଲା ବାସ୍ତବତା ଛାଇ ରହିଥିଲା ଖାଲି ନୀରବତା ଜଣା ନାହିଁ, ତାର ଆରମ୍ଭ ଓ ଶେଷ କଉଠି? ଭରି ରହିଛି ସେ କାହାଣୀ ରେ କେବଳ ଅନିଶ୍ଚିତତା........... (4) @ରଞ୍ଜିତା ପ୍ରଧାନ
Ad
Poetry Books 50% Off
Bestselling collections from top poets
Shop Now →
