ମନ
ଚୀର ବୟସର ବନବାସକୁ ବାଟ କଢେଇ ନେବାକୁ ଆସିଥିବା, ପରସ୍ତ ପରସ୍ତ ପାପ ସବୁ ଗୁଳ୍ମ ଲତା ହୋଇ ମାଡ଼ି ବସିଛି ଅଯୋଧ୍ୟାର ପାହାଚରେ। ସେ ଛଦ୍ମ ବେଶୀ ଦଶାନନକୁ କୁହ ନେଇ ଆସୁ କମଣ୍ଡାକୁରେ କଳଙ୍କିତ ଜଳ ଅଞ୍ଜୁଳାଏ , ମେଣ୍ଟାଇଯାଉ ଲାଜହୀନ ଲକ୍ଷ୍ମଣ ରେଖା, ଚିରି ଦେଇ ଯାଉ ଜତାୟୁର ଅବିହଙ୍ଗୀକ ବିରୋଧ ସବୁ । ମନ୍ଥରାର ଅଶ୍ରୁରେ ଲେପାଯାଉଥିବା ସୀତାଙ୍କର ସରମ କେବେ ଆଶୋକବନର ଇଛାୟୀତ ରାବଣର ଆହାର ତ, କେବେ ପୁରୁଷାର୍ଥର ଅଗ୍ନିରେ ଅନାୟସରେ ଝାସ ଦେଉଥିବା ସତୀତ୍ୱ, ଆଜି ରକ୍ତାକ୍ତ ପାଦରେ ସମାନ ଦି ଫାଳ କରୁ ଦ୍ଵିପହରର ସୂର୍ଯ୍ୟ ।
Ad
Poetry Books 50% Off
Bestselling collections from top poets
Shop Now →
