ମୋ ଜଗା
ତୋ ଚକା ନୟନ କୁ ଦେଖି ଆଖି ମୋର ଯାଏ ଲାଖି କି ଭାବ ଲଗେଇଛୁ କାଳିଆ ନୟନେ ମୋର ଲୋତକ ଯାଏ ବହି ଭାବର ଠାକୁର ଭାବ ବିନଦିୟା ତୋ ମାୟା ଦେଖି ସାରା ଜଗତ ଛାନିୟା କୋଟି ଓଡ଼ିଆଙ୍କ ମଉଡ଼ ମଣି ବରଷକେ ଥରେ ରଥାରୂଢ ହୋଇ ଭାଇ ଭଉଣୀଙ୍କ ସଙ୍ଗେ ଆସୁ ସଭିଙ୍କୁ ଦେଖା କରିବା ପାଇଁ କାହାର ତୁ ବାପା ମାଆ ; କାହାର ତୁ ମିତ୍ର ସଭିଙ୍କର ଦୁଃଖ ବୁଝୁ ତୁ ପରା ଆମ କାଳିଆ କୃଷ୍ଣ ଯିଏ ତୋତେ ଯେଉଁ ଭାବେ ଭକ୍ତି କରେ ସଭିଙ୍କୁ ଆପଣଉଁ ନକରି ବାଛ ବିଚାର ଜଗତର ନାଥ ତୁଜଗନ୍ନାଥ ହେଲେ ତୋଠାରୁ ସ୍ନେହ ,ଶ୍ରଦ୍ଧା, ଏକତାର ମହତ୍ତ୍ଵ ସାରା ଜଗତ ଶିଖିବ ! ! ଜୟ ଜଗନ୍ନାଥ ♥️🙏🙏🙏!
Ad
Poetry Books 50% Off
Bestselling collections from top poets
Shop Now →
