ରାକ୍ଷୀ
@ବିଘ୍ନେଶ୍ୱର ବାରିକ ରାକ୍ଷୀ ଟିଏ ଦୁନିଆଁ ଦାଣ୍ଡରେ ସାକ୍ଷୀ ସିଏ । ଭାଇ ଭଉଣୀଙ୍କ ଅପୂର୍ବ ମିଳନର ପର୍ବ ଟିଏ ।। ମାନ ଅଭିମାନ ଦୁରେଇବାର ଦିନ ଟିଏ । ରାକ୍ଷୀ ଟିଏ ଦୁନିଆଁ ଦାଣ୍ଡରେ ସାକ୍ଷୀ ସିଏ ।। ଗହ୍ମା ପୁନେଇଁର ତିଥିରେ ଭଉଣୀ ବାନ୍ଧଇ ରାକ୍ଷୀ ଭାଇ ହାତରେ ।। କେତେ ଆନନ୍ଦ ଉଲ୍ଲାସରେ । ଥାଏ ବର୍ଷ ଯାକ ଅପେକ୍ଷାରେ ।। ଦ୍ରୌପଦୀ ବାନ୍ଧିଥିଲେ ଜଗା ହାତରେ । ଜଗା ଡାକ ଶୁଣିଥିଲେ କୁରୁସଭାରେ ।। ଅଧର୍ମ ନାଶିଥିଲେ ଅଷ୍ଠବିଂଶ ଦିବସରେ । ଧର୍ମ ସ୍ଥାପିଥିଲେ ଦୁନିଆରେ ଆଗରେ । ବିନା ଶସ୍ତ୍ରରେ ବିନାଶ ଲୀଳା କରିଥିଲେ ଏଇ ମର୍ତ୍ତ୍ୟରେ ।। ଏଇ ରାକ୍ଷୀ ଟିଏ ସେବେ ଥିଲା ଏବେ ବି ଅଛି । ଦୁନିଆଁ ଦାଣ୍ଡରେ ସାକ୍ଷୀ ଟିଏ ।।। କେତେ ସ୍ନେହ ସରାଗରେ । ଭଉଣୀ ଆସେ ଧାଇଁ ଭାଇ ପାଖକୁରେ ।। ଭାବର ଡୋରି ଟିଏ ବାନ୍ଧି ଦେଇ କେତେ ଶୁଭ ମନାସୁ ଥାଏ ମନ ଭିତରେ ।। ସାରା ଜୀବନ ଏମିତି ଥାଉ ତାଙ୍କ ସମ୍ପର୍କ ଯେତେ ଝଡ ଝଂଜା ଆସୁପଛେ ଆସୁ ଜୀବନରେ ।। ରାକ୍ଷୀ ଟିଏ ଦୁନିଆଁ ଦାଣ୍ଡରେ ସାକ୍ଷୀ ସିଏ ।।।।
Poetry Books 50% Off
Bestselling collections from top poets
