ଇଚ୍ଛା ହୁଏ
ବସନ୍ତ ମଳୟରେ କାସତଣ୍ଡି ଫୁଲର ଚୁମ୍ବନ; ତୁମ ଆଖି ପରଦାର ସ୍ପର୍ଶରେ ହୃଦୟରେ ସୃଷ୍ଟି ହେଉଥିବା କମ୍ପନ; ଆଉ ଋତୁରାଣି ବର୍ଷାର ପ୍ରଥମ ବିନ୍ଦୁ ତୁମ ଓଠ କୁ ଛୁଇଁ ବହିଯାଉଥିବା ଏକ ଅମାନିଆ ନଈର ଆଲୋଡନ; ସତେ କେଉଁ ଅଜଣା ଆକାଶେ ଏକ ଲଞ୍ଜା ତାରା ସଦୃଶ ଯାହା ମୋ ପ୍ରେମ ଓ ବିରହର ଏକମାତ୍ର ମୁକ ସାକ୍ଷୀ। କାହିଁ କେତେ ଦୁରୁ ଉଡ଼ିଆସୁଥିବା ବିହଙ୍ଗ ସଦୃଶ; କାହିଁ କେତେ ଦିନୁ ଲୁଚିଯାଇଥିବା ଅତୀତ; ଆଜି ଆଉଥରେ ଇଚ୍ଛା ହୁଏ ଫେରିଯିବାକୁ ସେଇ ପୁରୁଣା ନୀଡ଼ କୁ ଆଜି ଇଚ୍ଛା ହୁଏ ପୁଣି ଆଉଥରେ ବର୍ତ୍ତମାନ ହୋଇ ଗଢ଼ିହେବାକୁ। ଆଜି ଇଚ୍ଛା ହୁଏ ପୁଣି ମିଶିଯିବାକୁ ସେଇ ଗଭୀର ସମୁଦ୍ରରେ କୌଣସି ଏକ ନଦୀ ସଦୃଶ ପୁଣି ଇଚ୍ଛା ହୁଏ ଉଡ଼ି ଯିବାକୁ ସେଇ ଅସୀମ ଆକାଶକୁ ଯେଉଁଠି ନା ଥିବା ପଞ୍ଜୁରୀ ନା ଥିବ ପୁଣି ଫେରିବାର ଡର।
Ad
Poetry Books 50% Off
Bestselling collections from top poets
Shop Now →
