ତୁମେ
ତୁମେ ସପନ ବହିର ଅଡ଼ୁଆ ଅଧ୍ୟାୟ ମୁଁ ବାହୁ ମେଲି ସୋଇଥିବା ଶଯ୍ୟା ତୁମ ଓଠର ଚୁମ୍ବନେ ଆଖି ପରଦା ମୋ ଖୋଲେ ହୋଇ ଲୋକଲଜ୍ଜ୍ୟା । ତୁମେ ମୋ ଅନିଦ୍ରା ଆଖିର କୁହୁକ ରାଇଜେ ଅତଳ ସାଗର ଢେଉ ମୁଁ ଭଗ୍ନ ନୌକାର ଅବଶେଷ ମାତ୍ର ତୁମେ ବ୍ୟଥିତ ହୃଦର ଲହୁ। ମୁହଁ ସଞ୍ଜବେଳେ ଆଈମା କୋଳରେ ତୁମେ ଯେବେ ପଡ ମନେ ସତେ କି ଏ ଚାନ୍ଦ ଏଡେ ଆଲାଯୁକି ଲୁଚି ଦେଖେ ତା ନୟନେ। ନୟନୁ ତାହାର ଝରିପଡେ ଯେତେ ଶୀତଳ ମଧୁର ଜୋଷ୍ନା କି କହିବି ପ୍ରିୟା ,କି ଅବା କହିବି? ତୁମେ କେଶର ସେ ବାସ୍ନା। ଆଈମା କାହାଣୀ ନିଦ ଦିଏ ଆଣି କରେ ସେ କେତେ ଗଳପ ତୁମେ ବି ମାନିନୀ ଅଭିମାନୀ ପ୍ରିୟା ସପନେ କର ଆଳାପ। ତୁମ ମଧୁର ଆଳାପେ ମଧୁ କର୍କଟିକା ମଧୂପ କି ରହିପାରେ! ମନେ ପଡେ ଯେତେ ଅତୀତ ଛଳନା ତୁମେ ଗଲା ପରେ ପରେ ,ସାଥୀ ତୁମେ ଗଲା ପରେ ପରେ।
Ad
Poetry Books 50% Off
Bestselling collections from top poets
Shop Now →
