ବାଘଲଟି
ଯେତେ ଯେତେ ଥର ତାକୁ ଦେଖିଛି ସେତେ ଥର ମୁଁ ପ୍ରେମରେ ପଡିଲିଣି ଏଇଟି ଦିଶୁଛି ବାଘଲଟି ଜଳପ୍ରକଳ୍ପ ଦେଖୁନ ନୀଳ ଶାଢୀ ପିନ୍ଧା ତରୁଣୀଟେ ପରି ତାର ଦୀର୍ଘ ଶରୀରରେ ଡାଙ୍କି ହୋଇଛି। କିଏବା ଏ ସୁଯୋଗ ହାତଛଡା କରିବ ତା ଅପରୂପ ସୌନ୍ଦର୍ଯ୍ୟର ଉପଭୋଗ ପାଇଁ ମୁଁ ତ ତା ପ୍ରେମରେ କେବେଠୁ ପାଗଳ ଟାଣିନିଏ ତାର ଅପହଞ୍ଚ ଇଲାକାକୁ ଆଉ ମୋତେ ଅଟକାଏ କେଇ ମୁହୁର୍ତ୍ତଟେ। ଶୁଣିଛି ବେଳେବେଳେ ସେ କେମିତି ଭାରି ଭୟଙ୍କର ହୁଏ ରାଗି ଯାଏ ଆଉ ଅନେକ ଜୀବନକୁ ଟାଣିନେଇଛି ତାର ଗହରିଆ ଅଞ୍ଚଳର ଗଣ୍ଡଦେଶକୁ ତଥାପି ସେଥି ପ୍ରତି ମୋ ଭୃକେପ ନାହିଁ। ହଁ ଏବେ ମନେ ପଡିଲା ମୋ ଜେଜେ ବାପା ତା କୂଳରେ ପାଣି ପିଇବାକୁ ଯାଇ ନିଖୋଜ ହେବା ପାଞ୍ଚଦିନ ପରେ ଗାଁଲୋକେ ପରା ଜେଜେଙ୍କୁ ମଝି ଗଣ୍ଡରୁ ଉଦ୍ଧାର କଲେ। ✍️ତ୍ରିଲୋଚନ
Ad
Poetry Books 50% Off
Bestselling collections from top poets
Shop Now →
