ପରିଚୟ
ଆଜି ମୁଁ ଖୋଜୁଛି ପରିଚୟ ମୋର, ମୁଁ ଜାଣିନି, ମୁଁ ହୋଇଛି କ୍ରୁରତା ର ଶିକାର | ହାଡ଼ି ପାଣ, କଣ୍ଡରା ବାଉରୀ ଏହା କଣ ପରିଚୟ ମୋର, ନିଜ ଦେଶରେ ଖୋଜେ ପାଇବାକୁ ମୋର ଅଧିକାର | କେଉଁଠି ଲାଞ୍ଚନା ଖାଏ ରାସ୍ତା ମଝିରେ, କେତେଥର ସଢ଼ିଛି ବାବୁଙ୍କ ଡଷ୍ଟବିନ ଭିତରେ | ଆଜି ବି ହାରିନି ମୁଁ ଖୋଜୁଛି ପରିଚୟ ମୋର, ନେତା ମନେ କୁହନ୍ତି ତୁ ଅମକ ଦଳର | ତୁ ଜାଣିନୁ ଦଳର ପତାକା ଧରିବା ତୋ ଅଧିକାର, ତଥାପି ଖୋଜୁଛି ପରିଚୟ ମୋର | ଧର୍ମ ଗୁରୁ ମନେ କୁହନ୍ତି ତୁମେ ଅମକ ଧର୍ମର, ତୁମ ଝାଳ ବୁହା ଟଙ୍କା ଧର୍ମ ପାଇଁ ଦେବା ତୁମ ଅଧିକାର | କେତେଥର ହୋଇଛି, ସଢା ବିଚାରର ଶିକାର, ଆଜିବି ଖୋଜୁଛି ପରିଚୟ ମୋର | ଜାଣି ସାରିଲିଣି, ପରିଚୟ ଦେବା ଆଳରେ ନେତା ଧର୍ମ ଗୁରୁ ଖତମ କରିବେ ଅସ୍ତିତ୍ବ ମୋହର, ପ୍ରକୃତ ପରିଚୟ ପାଇଁ ଏବେ ଲଢେଇ ଆମର | ସମାଜ ଜାଗୃତି ହେଲେ ହେବ ନୂତନ ସକାଳ ନିଶ୍ଚୟ ଜିତିବା, ସମାଜ କୁ ଦେବା ଅଧିକାର, ଆମେ ବି ହେବା ପ୍ରକୃତ ନାଗରିକ ଏହି ଭାରତର |
Poetry Books 50% Off
Bestselling collections from top poets
