ମୁଁ ଯଦି ଜଣେ କବି ହୋଇ ଥାନ୍ତି
ମୁଁ ଯଦି , ଜଣେ କବି ହୋଇ ଥାଆନ୍ତି, ମୋ ଅଛପା ଡାଏରୀର, ତମେ ହୋଇଥାନ୍ତ ପ୍ରତେକ୍ ପୃଷ୍ଠା, ତମ ଚୋଟୀ ବନ୍ଧା କଳା ରିବନ୍ ରେ ,ବାନ୍ଧି ରଖନ୍ତି ମୁଠାଏ ଆଶା । ମୋ କଳ୍ପନାର, ସବୁ ଗନ୍ତବ୍ୟ ସ୍ଥଳ ହୋଇଥାନ୍ତ ତୁମେ । ପ୍ରତିଟି ଲେଖାର ତାତ୍ପର୍ଯ୍ୟ ହୋଇଥାନ୍ତା, ତୁମରି ବର୍ଣ୍ଣନା । ମୋ କଲମ, କେବଳ ତୁମ ଚାରି ପଟେ ପରିଧି ଟାଣୁଥାନ୍ତ।, ତୁମ ଆଖିର କଳା କଜଳ, ମନ କଲମ ରେ ଭରି ମୁଁ ଆଙ୍କି ଦିଅନ୍ତି ତୁମକୁ । ତମ ଗଭୀର ଆଖିରେ ଦେଖନ୍ତି, ମୋ ଅବଶିଷ୍ଟ ଜୀବନର ପ୍ରତିବିମ୍ବ । ମୋ ଅନ୍ଧାର କୋଠରୀର, ତମେ ହୋଇଥାନ୍ତ ଆଶାର ମହମ ବତୀ । ଆଖିରୁ ଝରୁଥିବା ତୁମ ଲୁହକୁ ମୋତି ପରି ସାଇତି ରଖନ୍ତି ମନ ଆଲମାରୀରେ , ମୋ କବିତାର ନିର୍ଜନ ବାରଣ୍ଡା, ତମେ ପହଞ୍ଚିବା ମାତ୍ରେ ମହ ମହ ବାସି ଉଠୁଥାନ୍ତ। । ମୋ ନୀରସ କବିତାରେ, ତମ ଲାଜ ସାଜିଥାନ୍ତା ଅଳଙ୍କାର । ତମ ହସ ସାଜି ଥାନ୍ତା, ମୋ ଦରଭଙ୍ଗା ମୋଟର ସାଇକଲର ଇନ୍ଧନ, ଆଉ , ତମ ପ୍ରେମ ସାଜି ଥାନ୍ତା, ମୋ ନିଛକ ଜୀବନର ଅମ୍ଳଜାନ ।।
Poetry Books 50% Off
Bestselling collections from top poets
