ଉତ୍କଳ ଦିବସ
କେଡେ ସୁନ୍ଦର ମୋ ଉତ୍କଳ ବୀରମାଟି, ଯେ ଦେଖିଛି ନିଜ ଚକ୍ଷୁରେ କେତେ ଘାଟି, ଚମତ୍କାରୀ ହେଲାରୁ ଉତ୍କଳ ତା ନାଆଁଟି, ଏପ୍ରିଲ୍ ୧ ତାରିଖରେ ତା ଜନ୍ମଦିନ ଟି। ସାରଳା, ବଳଭଦ୍ର, ଶିବ, ଚଣ୍ଡିକା, ଜଗନ୍ନାଥଙ୍କୁ ଧାରଣ କଲା ଉତ୍କଳିକା, ମହାନଦୀ, ବ୍ରାହ୍ମଣୀ ତହିଁରେ ଚିଲିକା, ପାଳିଲା ଗୋଡ଼ି ମାଟି ଓ କ୍ଷୁଦ୍ର କଳିକା। ମରାଠା, କଳା ପାହାଡ଼ କଲେ ଆକ୍ରମଣ, ସମୟ ସ୍ରୋତେ ଭାସିଲୁ ହୋଇ ତୃଣ, କେତେ ସୁନନ୍ଦନ ସୁଝାଇଲେ ଋଣ, ତେଣୁ ତତେ ସମସ୍ତେ କରୁଛନ୍ତି ଭ୍ରମଣ। ମଧୁ ବାଜି ରାଉତ ବୀର ଗୋପବନ୍ଧୁ, ଖୁଣ୍ଟିଆ, ରମାଦେବୀ କୁ ବକ୍ସି ଜଗବନ୍ଧୁ, ଲଢ଼ିଲେ ଲଢିଲେ କରି ନିଜ ଚକ୍ଷୁ କୁ ଅନ୍ଧୁ, ଅନଳ ଅନୀଳ ଘେନି ନିଜକୁ କଲେ ରୁନ୍ଧୁ, ଧନ୍ୟ ଧନ୍ୟ ରେ ଉତ୍କଳ ଦର୍ପଭୂମା, ତୁ ମୋ ଜନନୀ ଜନ୍ମଧାତ୍ରୀ ମୋ ମା, ଜୟଗାନ କରେ ଏ କବି ସୁମା, ଗୁଞ୍ଜି ରହୁ ଚଉଦିଗେ ତୋ ନାମା।
Ad
Poetry Books 50% Off
Bestselling collections from top poets
Shop Now →
