ଅଜଣା ରାଇଜେ ପ୍ରିୟା 🌺
ଅଜଣା ରାଇଜେ ଚାଲି ଗଲ ପ୍ରିୟା ଅଧା ବାଟେ ଛାଡ଼ି ଦେଇ ସେଇ ଦୁଃଖ ରେ ମୋ ଲୁହ ଆସିଯାଏ ପୋଛିବାକୁ କେହି ନାଇ ଲୁହ ଠାରୁ ଥିଲା ସେ ଅତି ନିଜର ସହଜେ ଭୁଲିଲୁ ମତେ ସେଇ ଦୁଃଖ ଆଜି ଦଉଛି ଯନ୍ତ୍ରଣା ଭୁଲି ପାରୁ ନାହିଁ ତତେ ସାଗର କୁଳରେ ବାଲି ଘର ଟିଏ ତୋଳି ଥିଲେ ଆମେ ଯାଇ ସେଇ ଘର ଆଜି ସେମିତି ରହିଛି ଖୁସି ଲାଗେ ପାଖେ ପାଇ ତୁମକୁ ନେଇ ମୁଁ ସ୍ବପ୍ନ ଦେଖିଥିଲି ସବୁ ରହିଗଲା ଅଧା ରାତି ପାହିଗଲା ସ୍ବପ୍ନ ସରିଲାନି ସ୍ମୃତି ଦେଇଗଲା ବାଧା ତୁମରି ସ୍ମୃତି କୁ ନେଇ ମୁଁ ବଞ୍ଚୁଛି ଆଖିରେ ସ୍ରୋତର ଲୁହ ସେଇ ଲୁହ ଆଜି ଏମିତି ଝରୁଛି ଛାତି ରେ କମୁନି କୋହ ଦୁନିଆ ରେ ସେଇ ମଣିଷ ସବୁବେଳେ କାନ୍ଦି ଥାଏ ଯିଏ ହୃଦୟ ରୁ ଅନ୍ଧ ପରି ଭଲ ପାଇଥାଏ ✍🏼💘 ✍🏼..........ଠିକଣା..........✍🏼 ରାକେଶ କୁମାର ମୁଦୁଲି ମୁଗକଣି ରାଜନଗର କେନ୍ଦ୍ରାପଡ଼ା 💘💘💘
Poetry Books 50% Off
Bestselling collections from top poets
