( ଚକୋଲେଟ୍🍫 )
ଭାବିଚିନ୍ତି ଲେଖିଅଛି ଉତାରି ତୁମ ଛବି ନୁହେଁ ମୁଁ ପ୍ରେମିକ କି ନୁହେଁ ଏକ କବି। ତାହା ମୁଁ କହିଛି ଯାହା ମନେ ମୋର ଅଛି ଗଳ୍ପ ନୁହଁ ଏହା ଯାହା ମନ ମୋ କହିଛି। ଭାବିଥିବ ତୁମକୁ ଭୁଲିଯାଇ ମୁଁ ଥିବି, ଆଖି ବନ୍ଦକରି ନିଶ୍ଚେ ଆଉ କାହାକୁ ଭାବୁଥିବି। ପ୍ରେମିକ ନୁହେଁ ଯଦି କିନ୍ତୁ ଲେଖା ଶିଖିଲି ବାସ ତୁମ ପାଇଁ , ନିଜକୁ ଭୁଲି ଯିବି ହେଲେ ତୁମ ଆଉ ତୁମ କଥାକୁ ଭୁଲିବି ନାହିଁ । ଆଜିନାହିଁ କାଲିଥିଲି କେବେ ନିଶ୍ଚୟ ତ ଚାଲି ଯିବି , ହଜାରେ ବରଷ ପରେ ବି ତୁମକୁ ଏ ହୃଦେ ରଖିଥିବି। ଲାଗୁଥିବ କାଳ୍ପନିକ ମୁଁ ଆଉ ମୋର ମନର ଅଦେଖା କୋହ, ଏତିକି କହିବି ବାସ ତୁ ଧୀରେ ଧୀରେ ଚାଲ ରେ ସମୟ । ସରିଗଲା ସଲିତା ଆଉ ଲିଭିଗଲା ପ୍ରଜ୍ବଳିତ ଦୀପ , ଭୁଲିବୁ ଯଦି ଭୁଲିଯା କିନ୍ତୁ ତତେ ଭୁଲିବାକୁ ଦେ ନାହିଁ ଅଭିଶାପ । ମତେ ଦୂରେଇ ଯଦି ପାଉ ଏତେ ଶାନ୍ତି ଆଉ ସୁଖ , ଈଶ୍ୱର କରନ୍ତୁ ମତେ ମଡାଇ ନ ଦିଅନ୍ତୁ ତୋ ପାଖ। ଗପିଥିବା ସେଇ ଦିନ କାଇଁ ମତେ ଲାଗେ ଅତି ନିଜର, ଆଜି ଠାରୁ ସମୟ ତୁମ ନିଜର ଆଉ ନିଜକୁ କରୁଛି ମୁଁ ପର । ଯଦି ଅତି ଆପଣାଇ ତୁମେ ଦେଉଅଛ ଏମିତି ବିଦାୟ , ଭଗବାନ କରନ୍ତୁ ଶୀଘ୍ର ସରିଯାଉ ଏ କାଳ ସମୟ । ଅଶ୍ରୁ ଆଜି କୁହେ କଥା ପୁଣି ହତାଭଗା ଏ ହୃଦୟ , ବାସ ଏତିକି କହିବି ତୁ ଧୀରେ ଧୀରେ ଚାଲ ରେ ସମୟ । ପ୍ରେମ ମୋର କଳୁଷିତ, କଳୁଷିତ ମୋ ପାପୀ ଆୟୁଷ, ତୋ ସାଥେ ଗପିଥିବା ଗୋଟେ ଦିନ ମତେ ଲାଗେ ସହେ ବୟସ। ଆଜି ବାସ୍ତବ ବି ଲାଗେ ସ୍ବପ୍ନ ଆଉ ଭବିଷ୍ୟତ ବି ଦିଏ ବିଦାୟ , କିଛି ନ ହେଲା ନାହିଁ ବାସ ତୁ ଧୀରେ ଧୀରେ ଚାଲ ରେ ସମୟ । ତୁ ଧୀରେ ଚାଲ ରେ ସମୟ ।।(🕊️)
Poetry Books 50% Off
Bestselling collections from top poets
