ଝରା ଶେଫାଳୀ
ଝଡି ଯାଉଥିବା ଝରା ଶେଫାଳୀର ମହଣ ମହଣ ଲାଜ କଜଳ ପୂରିତ ଆଖିରେ ଆଖିଏ ସପନରେ ହୁଏ ସଜ ଅଦେଖା ଅଲୋଡ଼ା ତୁଠ ପଥର ମୁଁ ତୁମେ ମୋର କାରିଗର ପଦ ରଜ ସ୍ପର୍ଶେ କରିଦିଅ ମୋତେ ତୁମ ଜୀବନର ହସ୍ତାକ୍ଷର। ଶାନ୍ତ ବସନ୍ତର ଅଶାନ୍ତ ଶ୍ରାବଣେ ତୁମେ ନୟନର ନିର କସ୍ତୁରୀ ମୃଗର କସ୍ତୁରୀ ପରି ମହକ ହୃଦୟେ ମୋର ତୁମେ ପାରାବାର ତୁମେ ହିଁ ଉର୍ମି ତୁମେ ନିର୍ଝରଣୀ ଝର ତୁମେ ନବବଧୂ ନବ ଯୌବନେ ମନେ ବିଚରଣ କର।
Ad
Poetry Books 50% Off
Bestselling collections from top poets
Shop Now →
