💐ତୁମ ପାଇଁ 💐
ତୁମେ ଆସିଥିଲ ସେଦିନ ରାତିରେ । ସ୍ବପ୍ନ ର କୋଉ କୋଣ ରୁ ମନେନାହିଁ । କିନ୍ତୁ ବହୁତ୍ ଖୁସି ଥିଲା ସେଇ ମୁହୁର୍ତ । କେତେଯେ ଖୁସି ଥିଲି ତାର କଳ୍ପନା ନାହିଁ ।। ସ୍ୱର୍ଗ ର ପାରିଜାତ ତୋଳି ଆଣିଥିଲି ତୁମ ପାଇଁ। ଜହ୍ନ ରାଇଜରେ ଜାଗା ବି କିଣଦେଇଥିଲି । ତୁମକୁ ନେଇ କାହିଁ କେତେ ଜାଗା ବୁଲିଯାଇଥିଲି । ମନେ ନାହିଁ କିଛି ମନେ ନାହିଁ ।। ବାସ୍ ସେଇ ସ୍ବପ୍ନ ହିଁ ବାସ୍ତବିକତା ହେଇଯାନ୍ତା କି କିଛି ମିଳୁ କି ନ ମିଳୁ ତୁମରି ସାନିଧ୍ୟ ଟିକେ ମିଳୁ । ସାରା ଜୀବନ ଖୁସି ଖୁସିରେ କାଟିଦେବି । ଯେତେ ଦୁଃଖ ଯନ୍ତ୍ରଣା ପଛେ ମିଳୁ ।। ତୁମ ର ସେଇ ନିଳୀମା ଆଖିରେ ହଜିବାକୁ । ତୁମର ସେଇ ଗୋଲାପି ପାଖୁଡ଼ାରେ ରହିବାକୁ । ଯେତେ କଷ୍ଟ ଆସୁପଛେ ସହିବାକୁ ରାଜି ମୁଁ ବାସ୍ ତୁମେ ସତରେ ସ୍ୱପ୍ନରୁ ବାହାରି ଆସନ୍ତକି ମୋତେ ଥରେ ଦେଖିବାକୁ ।। ସ୍ବପ୍ନ ଆଉ ବାସ୍ତବିକତାରେ ବାସ୍ ଏତିକି ଅନ୍ତର । ଜାଣେ ତୁମେ ଆସିବନି ଫେରି କେବେ । ତଥାପି ତମରି ଅପେକ୍ଷା ରେ ବସିଛି ମୁଁ। ଚାହିଁ ଚାହିଁ ତୁମ ରାସ୍ତାକୁ ସେଇ ସ୍ବପ୍ନକୁ ତୁମର ଫେରିବାର ବାଟକୁ ।। ଯୋଉ ଖୁସି ସେଦିନ ରାତିରେ ଥିଲା । ତାହା ଭୋର୍ କୁ ନଥିଲା ।
Poetry Books 50% Off
Bestselling collections from top poets
