ମୁନି (ଭଉଣୀ)
ଆଖିର କଜଳ ଧୋଇ ଚାଲିଗଲ ମନରେ ଅନେକ ସ୍ମୃତି ଭୁଲିବାକୁ ଚାହିଁ ଭୁଲି ପାରୁନାହିଁ ତୁମ ସ୍ନେହ ପ୍ରେମ ପ୍ରୀତି। ତୁମେ ଦୁଇଜଣ ଦୁଇ ଆଖିଧାରେ ଲୋତକ ବୁନ୍ଦାଏ ହୋଇ ଧୋଇଦେଲ ସବୁ ଯେତେ ଯାହା ସ୍ମୃତି ରଖିଥିଲି ତୁମ ପାଇଁ। ଦେଇପାରିନାହିଁ ଧନ ଜନ ମାନ ଦେଇପାରିନାହିଁ ସ୍ନେହ ତୁମରି ବିୟୋଗେ ଆଜି ଏ ଛାତିରେ ଛାତିଏ କୋହ। ଦିନ ସରୁ ନାହିଁ ରାତି ପାଉନାହିଁ ତୁମରି ଭାବନା ନେଇ ମରି ମରି ବଞ୍ଚେ ଆଜି ଏ ଜୀବନେ ତୁମରି ସ୍ମୃତି କୁ ଥୋଇ। ଏତେ ଅଭିମାନ ଥିଲା ଯଦି ମନେ କହିଥାନ୍ତ ମୋର କାନେ ମୁଁ ପରା ତୁମର ବଡ଼ ଭଉଣୀ କରିଥାନ୍ତି ପୂର୍ଣ୍ଣ ଦିନେ। ତୁମେ ଦୁଇଜଣ ଦୁଇ ହାତ ମୋର ଡାହାଣ ଓ ବାମ ଥିଲ ଦୁଇ ହାତ ମୋର କାଟିଦେଇ ତୁମେ ପର କରି ଚାଲିଗଲ। ଭୁଲି ପାରୁନାହିଁ ଏଲି ତୋର ନାଚ ଭୁଲି ପାରୁନାହିଁ ମନୁ ଅଧା ରହିଗଲା ଭାବନା ସବୁ ମୋ ଥିଲା ଯାହା କେଉଁ ଦିନୁ। ଛୋଟ ବଡ଼ ଆମେ ପାଞ୍ଚ ଜଣ ଥିଲେ ତୁ କୁଆଡେ଼ ଚାଲିଗଲୁ ତୋ ବିନା କେମିତି ବଞ୍ଚିବ ଜୀବନ କେଡେ ଅଭିମାନ କଲୁ। ମନେ ପଡେ ଆଜି ତୋର ମିଠା କଳି ମନେ ପଡେ ତୋର ଗାଳି ମନେପଡେ ତୋର ମିଠା ରାଗରୁସା ମନେ ପଡେ ଯେତେ ଅଳୀ। କଥା ଦେଇଥିଲ ମଥା ଛୁଇଁ ମୋର କରିବନି କେବେ ପର ତୁମ ବିନା ଆଜି ଅଧୁରା ଲାଗୁଚି ଏ ଘର ଏଇ ସଂସାର।
Poetry Books 50% Off
Bestselling collections from top poets
