ଶିଶୁ କବିତା
ଶିଶୁ ଏକ ମାଟି ପିନ୍ଡ ଈଶ୍ୱରଙ୍କ ଦାନ ଯେପରି ଗଢି ତୋଳିବ ସେପରି ଗଠନ ମନେରଖ ଶିଶୁଗଣ କରିଦିଅ ସମର୍ପଣ ଛୁଇଁବ ମାତୃ ଚରଣ ପ୍ରଭାତେ ଉଠିଣ ଗୁରୁଜନେ ଭକ୍ତିଭାବ ଲଘୁଜନେ ସେନେହ ସାଙ୍ଗ ସାଥି ସହୋଦରେ ରହିବ ଉତ୍ସାହ ତେବେଯାଇ ହେବ ତୁମ ଚରିତ୍ର ଗଠନ ସଂସାରରେ ସୁଖେ ରୁହ ଆଉ କେତେ ଦିନ ସଦ୍ଭାବ ରଖିବ ସଦା ବନ୍ଧୁ ପରିଜନେ ଭବିଷ୍ୟତ ଗଢ଼ିବାରେ ହୋଇବ ଭାଜନେ ବିଦ୍ୟାଳୟ ଯାଉଥିବ ହୋଇ ଶୁଦ୍ଧମନ ତେବେ ଯାଇ ଅରଯିବ ବିଦ୍ୟାପରି ଧନ ବିଦ୍ୟାବିନା ସଂସାରରେ ନାହିଁ କିଛି ଆନ ହୃଦୟରେ ଭକ୍ତି ରଖ ପାଇବ ସମ୍ମାନ ବାହାରର ଚାକ ଚକ୍ୟେ ଦିଅ ନାହିଁ ଧ୍ୟାନ ବାଲ୍ୟ କାଳ ଅଟଇ ଯେ ପ୍ରଥମ ସୋପାନ ସଂଜମ କରିବ ସଦା ମନକୁ ପ୍ରଥମ ତେବେ ଯାଇ ତୁମେ ହେବ ସଂସାରେ ମହାନ। ଶ୍ରୀମତୀ ପ୍ରମୋଦୀନି ଦାସ
Ad
Poetry Books 50% Off
Bestselling collections from top poets
Shop Now →
