ଆଜି କାଇଁ ଭଲଲାଗେ?
ଆଜି କାଇଁ ଭଲଲାଗେ ନିରବତାର ରାଜରାସ୍ତାରେ ତୁମ ସ୍ମୃତି ସହ ପ୍ରୀତି ଯୋଡ଼ି କିଛିବାଟ ଚାଲିବାକୁ ଆଜି କାଇଁ ଭଲଲାଗେ ଅନ୍ଧାରର ଛାତି ଚିରି ଦୂର ଦିଗବଳୟ ତିରେ ତୁମ ପ୍ରତୀକ୍ଷାରେ ଜୀବନ ସାରିଦେବାକୁ। ଆଜି କାଇଁ ଭଲଲାଗେ ବର୍ତ୍ତମାନର କୁହୁଡି କାନ୍ଥ ଡେଇଁ ତୁମ ସହ ବିତିଯାଇଥିବା ଅତୀତର ଶିଶିର ବିନ୍ଦୁକୁ ସାଉଣ୍ଟିବାକୁ ଆଜି କାଇଁ ଭଲଲାଗେ ତୁମ ପୀରତିର ନିଶିତ ଶିକୁଳିରେ ଆଜୀବନ ବନ୍ଦୀ ହୋଇ ରହିବାକୁ। ଆଜି କାଇଁ ଭଲଲାଗେ ତୁମେ ଦେଇଥିବା ସେ ମିଠା ଦରଦକୁ ବିରହର ଲୋତକରେ ଧୋଇ ଦେବାକୁ ଆଜି କାଇଁ ଭଲଲାଗେ ତକିଆ ତଳେ ଲୁଚି ରହିଥିବା ତୁମର ସେ ପ୍ରେମଭରା ଛଳନାକୁ ପୁଣି ଆଉଥରେ ନିଜର କରିବାକୁ। ଆଜି କାଇଁ ଭଲଲାଗେ ସାଗର ବେଳାରେ ବସି ଜନ୍ହ ସହ ଟିକେ କଥାହେଇ ତୁମ ବିଛେଦରେ ବିଧବା ହୋଇଯାଇଥିବା ସମୟ ସବୁକୁ ଏକ ସଧବାର ରୂପ ଦେବାକୁ ଆଜି କାଇଁ ଭଲଲାଗେ ସାଗର ରେଣୁରେ କଣିକାଟେ ହୋଇ ତୁମ ନଗ୍ନ ମାନସିକତା କୁ ସାଗର ଢେଉରୁ ଛାଣିଆଣିଥିବା ମୁକ୍ତାର ପୋଷାକ ପିନ୍ଧାଇଦେବାକୁ। ଆଜି କାଇଁ ଭଲଲାଗେ ଶେଷ ଶ୍ରାବଣର ସ୍ପର୍ଶ ପାଇ ଝଡିଯିବାକୁ ଏକ ବୃକ୍ଷର ପତ୍ର ଭଳି ଆଜି କାଇଁ ଭଲଲାଗେ ପହିଲି ବର୍ଷାର ପହିଲି ଛୁଆଁରେ ବୁଡ଼ିଯିବାକୁ ଦୂର ପାହାଡ଼ର ବେଳ ଭଳି। ଆଜି କାଇଁ ଭଲଲାଗେ ଜୀବନର ଅପରାହ୍ନରେ ତୁମ ପ୍ରତୀକ୍ଷାର ଅନ୍ତ ଘଟାଇ ଏକ ନୂତନ ବନ୍ହି ହୋଇ ଅବନିରେ ମିଶିଯିବାକୁ ଆଜି କାଇଁ ଭଲ ଲାଗେ ଏଇ ନିର୍ଜୀବ ବକ୍ଷକୁ ତୁମ ଛନ୍ଦା ଅଧରର ସ୍ପର୍ଶ ଦେଇ ସବୁଦିନ ଶୋଇଯିବାକୁ। ଆଜି କାଇଁ ଭଲଲାଗେ ହୃଦୟର ଫାଙ୍କା କାଗଜରେ ପ୍ରେମ କଲମର ରଙ୍ଗୀନ କାଳିରେ କବିତ୍ୱର ଦ୍ୱାହି ଦେଇ ତୁମ ପ୍ରତାରଣାକୁ ଆଉଥରେ ସାଇତିବାକୁ ଆଜି କାଇଁ ଭଲଲାଗେ ମଧୂପ ପରି ଆଉଥରେ ତୁମ ନୟନ ପୁଷ୍ପରୁ ମଧୁ ଚାଖିବାକୁ।
Poetry Books 50% Off
Bestselling collections from top poets
