ଅନୁମତି
ଆଜି ଏ ମନ ମାଗେ ଅନୁମତି ତୁମ କଥା ଭାବିବାକୁ ଏ ଓଠ ମାଗେ ଅନୁମତି ତୁମ ଓଠ ଚୁମିବାକୁ ଏ ଆଖି ମାଗେ ଅନୁମତି ତୁମ ସ୍ବପ୍ନ ଦେଖିବାକୁ। ଏ କାନ୍ଧ ମାଗେ ଅନୁମତି ତୁମ ଲୁହରେ ଭିଯିବାକୁ ଏ ଛାତି ମାଗେ ଅନୁମତି ମୋ ବାହୁରେ ତୁମକୁ ସବୁଦିନ ଧରି ରଖିବାକୁ। ଏ ହାତ ମାଗେ ଅନୁମତି ତୁମ ହାତରେ ହାତ ରଖି ଜୀବନର ହସ୍ତାକ୍ଷର ଲେଖିବାକୁ ଏ ପାଦ ମାଗେ ଅନୁମତି ତୁମ ପାଦରେ ପାଦ ଛନ୍ଦି ସାରା ଜୀବନ ସୋଇଯିବାକୁ।
Ad
Poetry Books 50% Off
Bestselling collections from top poets
Shop Now →
