ଜଣେ ଆପଣାର...
ଯେତେ ଆପଣାର ବସନ୍ତ ସହ ମଳୟ ର କାହାଣୀ, ବର୍ଷା ସହ ଚାତକ ର ଚାହାଣୀ... ଶରତ ସାଥେ ଭସା ଭସା ବାଦଲ ର ସମ୍ପର୍କ। ଗ୍ରୀଷ୍ମ ସାଥେ ମଲ୍ଲି ର ମହକ। ସେତେ ଆପଣାର ତମେ ଆଉ ମୁଁ... ତୁମେ ଠିକ୍ ସେମିତି, ଯେମିତି, ମୋ ନିଦ୍ରାହୀନ ରାତ୍ରି ର ପରିକଳ୍ପନା। ବିଗତ ତିଥି ର ବାସ୍ତବତା, ଆଉ ଭବିଷ୍ୟତର ପାରଦର୍ଶୀ ଆଇନା। ଦଗ୍ଧ ଆକାଂକ୍ଷା ମୁଁ ହେଲେ ତମେ ସାଥୀ ସେ ସବୁ ର ପୁନର୍ଜନ୍ମ। ମୁଁ ଏକ ଭ୍ରମ, ତୁମେ ବାସ୍ତବ। ବୁନ୍ଦା ବୁନ୍ଦା ବାରି ବିନ୍ଦୁ ମୁଁ ହେଲେ, ତୁମେ ବାରିଦ। ଏକାଦଶୀ ଚନ୍ଦ୍ରମା ମୁଁ ଅଧାଗଢ଼ା, ଅସମ୍ପୁର୍ଣ୍ଣ। ପୂର୍ଣ୍ଣମୀ ରେ ନୀଳକଇଁ ତମେ କିନ୍ତୁ ଫୁଟି ଉଠ ସମ୍ପୂର୍ଣ୍ଣ।
Ad
Poetry Books 50% Off
Bestselling collections from top poets
Shop Now →
