ଆଦର ର ଭଉଣୀ ❤️ନିହାରିକା ❤️....
ନୀଳ ତରଙ୍ଗ ସାଗରେ ଶାମୁକା ମୋତିଠୁ ସୁନ୍ଦର ମୋ ନିହାରିକା, ଢଳ ଢଳ ଆଖି ତାର କହେ କେତେ କଥା ଇଚ୍ଛା ହୁଏ ଶୁଣିବାକୁ ତା ହୃଦୟ ବାରତା.... 🥰(୧) ଫୁଲ ଠୁ କୋମଳ ତା' ମନ ସରୋବର ସୁନା ଫୁଲଟିଏ ସେ ରୁପା ବଗିଚାର,✨ ଅଳ୍ପ ଦିନର ଏ ଆଭାଷ ମିଳନ ସଦା ସ୍ୱଚ୍ଛ ଥାଉ ନ ହେଉ ମଳିନ...... (୨) କୋମଳ ଓଠରେ ତା' ଜ୍ଞାନ ଭରା କଥା ଶୟନେ କର୍ଣ୍ଣ ମୋର ଭାଳେ ସେହି କଥା, ଅସୁମାରୀ ଆଶା ତାର ଅନେକ ସପନ ସପନେ ଦେଖେ ସେ ସଫଳ ଜୀବନ..... (୩) ଇଶ୍ୱର ଙ୍କ ପାଶେ ଗୁହାରି ମୋର ଦେଖାଅ ପଥ ତାଙ୍କୁ ଆଲୋକ ମାର୍ଗର, ଆହେ ମହାବାହୁ ପ୍ରସାରିତ ବାହୁ🙏 ତୁମ୍ଭ କୃପା ସଦା ବରଷି ଥାଉ.. @Ranjita.....
Ad
Poetry Books 50% Off
Bestselling collections from top poets
Shop Now →
