କିଛି କୁହା କିଛି ଅକୁହା
ତୀକ୍ଷ୍ଣ ନଜରରେ ଚାହିଁ ରହିଥିଲା ଯେପରି ଚାତକ, ଆଖିର ପଲକ ପଡ଼ିନଥିଲା ନିମିଷକ ପାଇଁ ।। ଆଖିର ପ୍ରଜ୍ଵଳ ଅଗ୍ନିର ସମ୍ଭାର, ଭଲ ପାଇବାର ଭାବନା, ଲାଗୁଥିଲା... ଯେପରି, ଆଜି ଚୁପଚାପ୍ ବାଦଲ ଟି ଗରଜି ଉଠିବ, ଓଦା କରିଦେବ , ଆଉ ନାଚିଉଠିବ ବୋଲି।। ଛାତିର ଆବାଜ୍ ଶୁଭି ଯାଉଥିଲା ହାତର ର ନରମ ପାପୁଲିକୁ। ଯେପରି ନାଡିର ପ୍ରତ୍ୟେକ କଣିକା ଆତୁର... କହି ଦେବା ପାଇଁ।। ଆଖିର ସେହି ଚାହାଣୀ କହି ଦେଉଥିଲା ସବୁ କଥା ତଥାପି ଚାତୁରି ପରିକା ଚାହିଁ ରହି... ମେଘର ଆଗମନ କୁ ଯେମିତି ଅପେକ୍ଷା ରହିଥିଲା।। ବାସ୍ନାର ସେହି ମହମହ ଗନ୍ଧରେ ଶୀତେଇ ଉଠୁଥିଲା ଦେହ, ଶିହରଣରେ କମ୍ପନ ସୃଷ୍ଟି ହେଉଥିଲା ଆଉ ଲୋମ ମାନ ସବୁ ଟାଙ୍କୁରିତ ହେଉଥିଲେ।। ଭାଗ -୧
Ad
Poetry Books 50% Off
Bestselling collections from top poets
Shop Now →
