ଶୋଷର ଶେଷୋକ୍ତି
ଏ ଶୋଷ ବି ଅଦ୍ଭୂତ, ଦର ଦର ଲାଗେ ଯେବେ ଆକାଶର ସ୍ୱର ଏ ନଈପଠା, ଘାଟ ପାଶେ ଯେବେ ଲାଗେ କାତଡଙ୍ଗା ମାଳ ପାଣିର ଏ ଅଝଟ ନିନାଦ କାହିଁ ଶୁଭେ ମହାନଦୀ ସ୍ୱର ଏ ଶୋଷର ତିତିକ୍ଷା ତେବେ ବଢି ବଢି ଯାଏ,ପ୍ରିୟ ପରିଚିତ ଏ ନଗର ଯେ ମୋହର। କଟକ ନଗର,ଧବଳ ଟଗର,କାହିଁ ବାଇମୁଣ୍ଡି ଦୁଃଖ ଯାତନାରେ ବର୍ଷା ହୀନିମାନ ବଢିଆଳ ପାଣିର ଉଛୁଳା ସ୍ୱର,ହେଇ ଦୁର୍ଦ୍ଧଶାରେ ସବାର ସହର ନିଦ ଭାଙ୍ଗି ଆସେ ପକ୍ଷୀ, ଉଲ୍ଲସିତ ମନ ପ୍ରାଣ ତାର ଭେଟେ ରୌଦ୍ର ତାପ ଏଇ ଶୋଷର ତାତିରେ ସହର ଭିଜେ ବି ଝାଳରେ ଖୁବ ଅସହାୟ ଦ୍ୱିପ୍ରହର । ହେଇ ଜଳେ,ନାଲି ନେଳୀ ସମୁଦ୍ରରେ ଲାଇଟର ବନ୍ଧା ତୋରଣର ଉପସର୍ଗ ହେଇ ଯେ ମା'ର ଅବତାରେ କାଶତଣ୍ଡି ହସେ ବେଶ, ଆଶ୍ବୀନ ଅସ୍ଥିର ଅସ୍ଥିର ବି ବେଶ ଏଇ ରୂପା ତାରକସୀ ମେଢ଼,ଅସରନ୍ତି ଫୁଲର ସ୍ଥାବର ଏଇ ଜଳେ ହୃଦ ଜଳେ,ନାଲି ରିବନରେ ଫୁଲ ନାଇ ଯାଏ ଏବେ ପ୍ରେମିକା ପ୍ରବର । ସକାଳର ଉଦାସିଆ ଆଖିରେ ଏ ସହର ଦିଶେ ପାଉଁଶିଆ ଷ୍ଟେସନ ବେଞ୍ଚରେ ପୁଣି ସନ୍ଧ୍ୟା ଆସେ କାମନାରେ ନିଆଁ ଧରି ମତୁଆଲା ଏଇ ଯାନି ଜାତରାରେ ହେଇ ଯେ ଜହ୍ନ ଦିଶେ ମହାନଦୀ ପାଣିରେ ଇ ରୂପାର ରଙ୍ଗ ନାଇ ନୀରବରେ ମଳୟକୁ ସାଥିକରି ଛୁଏଁ ରାତି ଗୀତ ଗାଇ ଗାଇ । ହେଇ ସେଇ ନିଶବ୍ଦ ରାତ୍ରୀର ଆତ୍ମା ତୋଳେ, ଆକାଶରେ ପ୍ରେମ ବୋଳେ ଗୀତର ସୁରରେ କେହି ବାୟା ସ୍ନାନ କରେ ଗୁଣୁଗୁଣାଏ ଏଇ ସହରର ନଈକୂଳେ।। ****** @ମିହୀରକାନ୍ତିଦାଶ୍
Poetry Books 50% Off
Bestselling collections from top poets
