ପ୍ରୀତି ଓ ପ୍ରେମ
ପ୍ରୀତି... ପ୍ରେମ... ସୁନ୍ଦର ଦୁଇ ଶବ୍ଦ, କିନ୍ତୁ ଅଲଗା ରଖି ଭିନ୍ନ ମନୋଭାବ। ପ୍ରେମ ... ଏ କଣ? ଅତି ସୁନ୍ଦର ଅତି ଆଦର। ଦୁଇ ଆଖି ମିଳି ଆଳାପ କରିବା ହେଉଛି ପ୍ରେମ। ହୃଦୟ ହୃଦ୍ସ୍ପନ୍ଦନ ଶୁଭିବା ଅଟେ ପ୍ରେମ। କଢ଼ ର ଫୁଲ ହେବା ହେଉଛି ପ୍ରେମ। ଫୁଲ ଉପରେ ପ୍ରଜାପତି ଉଡ଼ିବା ଅଟେ ପ୍ରେମ। ଫୁଲ ପତ୍ର କୁ ଆଲିଙ୍ଗନ କରିବା ହେଉଛି ପ୍ରେମ। ପତ୍ର ସୂର୍ଯ୍ୟ କିରଣ କୁ ଚୁମ୍ଭିବା ଅଟେ ପ୍ରେମ। ସେହି ସୂର୍ଯ୍ୟ କୁ ଆକାଶ କୋଳେଇ ନେବା ପ୍ରେମ। କିନ୍ତୁ.. ଗୋଟିଏ ତାରା ଆକାଶ ରୁ ଖସି ପଡ଼ିବା ତାହା କେବଳ ପୃଥିବୀ କୁ ସ୍ପର୍ଶ କରିବା ପାଇଁ ଅଟେ ପ୍ରୀତି। ପ୍ରୀତି କଣ? ଚନ୍ଦ୍ର ଆକାଶରେ ଲାଖି ରହିବା କେବଳ ଆକାଶ କୁ ଆଲିଙ୍ଗନ କରିବା ପାଇଁ ହେଉଛି ପ୍ରୀତି। ଗୋଟିଏ ନିରୀହ ଜୀବ ପହରୀ ନ ପାରୁଥିବାରୁ ନଈ ପାଣି ର ଶୁଖିଯିବା ହେଉଛି ଅମୂଲ୍ୟ ପ୍ରୀତି। କେଉଟ ଭୋକ କୁ ନ ଦେଖି ଆପେ ଆପେ ମାଛ ର ଜାଲରେ ଚନ୍ଦି ହୋଇଯିବା ହେଉଛି ପ୍ରୀତି। ସେହି ପ୍ରୀତି ଦିଶେ ଯେହ୍ନେ କେଉଟ ସେହି ମାଛ କୁ ପୁଣିଥରେ ପାଣି କୁ ଛାଡି ଦିଏ କାରଣ ସେ ତାକୁ ଦେଖି ପାରେନା ଚଟପଟ ହେବାର। ଏ ହେଉଛି ପ୍ରୀତି। ଦେଖୁଥିବା ପଥିକ ଘରକୁ ଫେରି ପ୍ରେମୀ କୁ ଆଲିଙ୍ଗନ କରିବା ହେଉଛି ପ୍ରୀତି। ତା ସାଥେ ସମ୍ପର୍କ ଭାଙ୍ଗି ଦେବା ହେଉଛି ପ୍ରେମ। କିନ୍ତୁ ମୃତ୍ୟୁ ପରେ ତାକୁ ଖୋଜିବା ହେଉଛି ପ୍ରୀତି। ତାର ସଫଳତା ପାଇଁ ଆଶା କରିବା ହେଉଛି ପ୍ରୀତି। ହିୟା ରେ ଆଶା ଆକାଂକ୍ଷା ରଖିବା ହେଉଛି ସୁନ୍ଦର ପ୍ରୀତି। ପ୍ରେମ ହେଉଛି ପଥ କିନ୍ତୁ ପ୍ରୀତି ହେଉଛି ଲକ୍ଷ୍ୟ। ପ୍ରେମ ଭାବ ହେଲେ ପ୍ରୀତି ହେଉଛି ତ୍ୟାଗ। ପ୍ରେମ ସୁନ୍ଦର କିନ୍ତୁ ପ୍ରୀତି ଭାରି ମନୋହର।
Poetry Books 50% Off
Bestselling collections from top poets
