ବେନାମୀ ସନ୍ଧ୍ୟା
ମୁଁ ପ୍ରାତଃ ସବିତାର ଲଳିତ ଲାଲିମା ତୁମେ ସାୟଂ କାଳେ ମନଲୋଭା ମୁଁ ଆଖି ପରଦାର ଅଜଣା ଦରଦ ତୁମେ ପ୍ରେମର ବେନାମୀ ସନ୍ଧ୍ୟା। ତୁମେ ନବ ଜୀବନର ନବୀନ ସଂଚାର ମୋ ପ୍ରେମ କବିତାର କାଳୀ ତୁମ ପାଇଁ ମୋର ଅକୁହା ବେଦନା ସତେ ଏକ ବଣ ମଲ୍ଲି। ହୃଦୟ ମହଲେ ଖୋଲା ଦରଜା ମୁଁ ଅତୀତର ଅଳ୍ପ ଲେଖା ଭସା ବାଦଲ ର ଅସରାଏ ମେଘ ମରୁଭୂମି ମରୀଚିକା। ଶୀତ ସକାଳର କାକର ବିନ୍ଦୁ ମୁଁ ଝାଞ୍ଜି ର ଟାଣ ଖରା ବରଷା ରାତିର ଅନ୍ଧାର ଆକାଶେ ଅଟେ ମୁଁ ପୁଞ୍ଜାଇ ତାରା।
Ad
Poetry Books 50% Off
Bestselling collections from top poets
Shop Now →
