କୃଷ୍ଣଚୂଡ଼ା ଛାଇ ତଳେ...
ଇଚ୍ଛା ହୁଏ ବେଳେ ବେଳେ ସୁନ୍ଦର ମୁହୂର୍ତ୍ତ ସବୁ ଜାବୁଡି ଧରିବାକୁ ସେଥିରୁ କିଛି କୋଳେଇ ନିଜର କହିବାକୁ... ଇଚ୍ଛା ହୁଏ ବେଳେ ବେଳେ କୃଷ୍ଣଚୂଡ଼ା ଛାଇ ରୁ ଗୋଟେଇ ଆଣିବାକୁ ଅସରନ୍ତି ସ୍ମୃତି ସବୁ... ମୁଁ ଥିଲି ନିର୍ବୋଧ, ମୋବାଇଲ କ୍ୟାମେରା ରେ ଆଙ୍କୁଥିଲି ଅଗଣିତ ଛବି କୃତିମ ରଙ୍ଗରେ... କୃଷ୍ଣଚୂଡ଼ା ଗାଉଥିଲା ସଙ୍ଗୀତ ଲୁଚିଯାଇ ତମେ ଦେଉଥିଲ ଇଙ୍ଗିତ ହାଏ ମୁଁ ନିର୍ବୋଧ!! ଛବିଥିଲା ତୁମ ସେଇ ଆଖିରେ ଯିଏ ଅପଲକେ ଦେଖୁଥାଏ ମୋ ହୃଦୟକୁ ସତେକି ଅଜସ୍ର ସ୍ମୃତିକୁ ବାନ୍ଧିଦବ ଗୋଟିଏ ପଲକରେ..।
Ad
Poetry Books 50% Off
Bestselling collections from top poets
Shop Now →
