ମୋ କବିତା
ମନର ଭ୍ରମର ଉଡ଼ି ବୁଲେ ଖାଲି ନଦୀ ସମୁଦ୍ରର ତଟେ ସବୁଜ ସୁନ୍ଦର ରକ୍ତିମ କିରଣେ ଲତା ଗଛ ଡାଳ ସତେ। ସୁନ୍ଦର ଚେହେରା ବଖାଣୁ ଥାଏ ସାଥେ ଗାଉଥାଏ ଗୀତ ଲେଖନୀ ର ତିବ୍ର ଗତିର ଯାଦୁରେ ମନ କରୁଥାଏ ମୁଗ୍ଧ । ନଦୀର ସ୍ୱରକୁ ଉପମା ଦିଅଇ ଝରଣା ର ସେହି ନାଦ କ ଅଁ ଳ ଶିଶୁର କାନ୍ଦ ଲାଗେ ପୁଣି ଅଦିନିଆ ରାତି ଶୀତ । ଫୁଲର ମହକ ବସନ୍ତ ଋତୁର ଆଗମନ କରେ ଆସି ଗୋଲାପ ହସେ ଭଅଁର କୁ ଦେଖି ପାଗଳାମି ଭରା ପ୍ରୀତି । ରାତିରେ ଜହ୍ନ ର ଜୋଛନା ସମାନ ଅମୃତର କିଛି ଧାରା ସିନ୍ଦୂର ଫାଟି ଆଲୋକିତ କରେ ସଜୀବ ହୁଏ ଧରା । ମାଆର ଲୁହକୁ ଛାତିରେ ଧରି ଲେଖେ ସ୍ନେହ ମମତା ର ଗୀତ ଧାନ ବିଲରେ କୃଷକ ର ଖୁସି ଆଉ ବରଷା କାଳର ଦୃଶ୍ୟ । ଲେଖନୀ ଅଟକେ ଯତିପାତ ସଙ୍ଗେ କାଲିର ଆଭାସ ନେଇ ଆଖି ବୁଜିଯାଏ ନିଦୁଆ ସକାଳେ ସୁଲୁସୁଲୁ ବାଆ ଦେଇ ।।
Ad
Poetry Books 50% Off
Bestselling collections from top poets
Shop Now →
