ତୁମକୁ ମାଗିଥିଲି
ତୁମକୁ ମାଗିଥିଲି କାଣିଚାଏ ବ୍ୟସ୍ତତା ତୁମେ ଦେଲ ଏକ ଅସୀମ ନିରବତା ତୁମକୁ ମାଗିଥିଲି ମୁହୂର୍ତ୍ତ ଟିଏ ବଞ୍ଚିବାକୁ ତୁମେ ଦେଲ ଏକ ନିରୀହ ଆଦ୍ରତା। ତୁମକୁ ନେଇ ଦେଖିଥିଲି ଏକ ରଙ୍ଗୀନ ରାଜମହଲ ତୁମେ ଦେଲ ଏକ ବିବର୍ଣ୍ଣ ଚାଳ କୁଡିଆ ତୁମକୁ ନେଇ କରିଥିଲି ଏକ ନୂତନ ଜୀବନର ପରିକଳ୍ପନା ତୁମେ ଦେଲ ଏକ ଦୂର ଦିଗବଳୟର ଅମଡ଼ା ବାସନା। ତୁମକୁ ମାଗିଥିଲି ସାଗର ତଟର ମେଞ୍ଚାଏ ବାଲିରେଣୁ ତୁମେ ଦେଲ ଏକ ନିର୍ଜନ ବେଳାଭୂମି ତୁମକୁ ମାଗିଥିଲି ମୁନ୍ଦାଏ ତୃଷ୍ଣା ତୁମେ ଦେଲ ଏକ ଅସିମୀତ ମରୁଭୂମି। ତୁମକୁ ମାଗିଥିଲି କ୍ଷଣିଏ ପ୍ରେମ ତୁମେ ଦେଲ ଏକ ଅଭୁଲା ପ୍ରତାରଣା ତୁମକୁ ମାଗିଥିଲି ଅସରାଏ ସ୍ନେହ ତୁମେ ଦେଇଗଲ ଲୁହର ବନ୍ୟା। ତୁମକୁ ମାଗିଥିଲି ଶେଷ ବସନ୍ତର ଆହୁଲା ବାଆ ତୁମେ ଦେଲ ଝାଞ୍ଜି ଖରାର ଅସହ୍ୟ ତାତି ତୁମକୁ ମାଗିଥିଲି ଶରତର କାକର ବିନ୍ଦୁ ତୁମେ ଦେଲ ହାଡ଼ ଭଙ୍ଗା ଜାଡର ଅମାନିଆ ପ୍ରୀତି।
Ad
Poetry Books 50% Off
Bestselling collections from top poets
Shop Now →
