ଆଜି ରାତି
ଶହ ଶହ ବେବଶତାରେ ଅଭିସାରର ଦେହ ଟିଏ ନେଇ ସ୍ୱପ୍ନର ରାଜହଂସ ପୂର ଟିଏ ରାଚିଲା ବେଳେ, ବିଛଣାରେ ଧରାଦେଇଥିବା , ନିଦ୍ରାର ମାୟାବିନୀ ମରୀଚିକା ଉର୍ବଶୀର ବାକ୍ଷଭେଦା ଉଷ୍ମତା ୟାମିନୀର ଯଥାତୃପ୍ତ ଆଳିଙ୍ଗନ, ମିଛ । ଆଜି ରାତି , ବାଟ ସାରା ଆଖି ବିଛେଇ ସୋଇଥିବା କୁହୁକିନୀ କାଳିମା ମିଛ। ମିଛ ନିଦର ସତ ସୁଲେନୀ ସ୍ବପ୍ନ ସବୁ ମତୁଆଳ ମନର ମହଲରେ , ବାଟ ଚାହିଁ ଥିବା ଆତୁର ବାରଣ୍ଡା, ସବୁ ଚିହ୍ନା ଆବେଗ , ସବୁ ଅଚିହ୍ନା ଉଦ୍ଦବେଗ , ନିର୍ଲଜ ଝରକା, ଲାଜକୁଳୀ ପରଦା, ମୁଁହ ଧୋଇ ରକ୍ତ ଠାରୁ ଆହୁରି ଲାଲ ଲାଗୁଥିବା ଅଳସୀ ଆଇନାରେ କଅଁଳୀ ଓଠର ହସ , ଓଦା ଓଦା ଓହଲା ବେଣୀରେ ସୁଗନ୍ଧିତ ରଜନୀ ଗନ୍ଧାର ବାସ ,ସବୁ ମିଛ ।। ~ଭକ୍ତ
Ad
Poetry Books 50% Off
Bestselling collections from top poets
Shop Now →
