ତୁମ ପାଇଁ ମିଛ ମୋ ପାଇଁ ସତ
ପଦେ ତୁମ ପାଇଁ ଲେଖି ଦଉଚି ଜାଣିନି ସତ କି ମିଛ କହୁଛି, ମନର ଭାବକୁ କଲି ପ୍ରକାଶ କେଡେ ସୁନ୍ଦର ଯେ ତୁମର ହସ । ହସୁଛ ତୁମେ ଯେ ରାଧିକା ପରି ଏ ଗୋପ ବାଳକେ ଗଲେଣି ମରି , ପଢ଼ି ମୋ ଗୀତ ସେ ହସି ଦଉଚି ଅଧା ସତ ଅଧା ମିଛ ଲାଗୁଚି? ଅଛି ସେ ହସରେ ମହୁଲି ନିଶା ବିକି ଦେଲେ ହେବ ବହେ ପଇସା , ଭୁଲି କହିଦେଲି ଅଭଦ୍ର ମୁହିଁ ଅମୂଲ୍ୟ ସେ ହସ ବିକିରି ନାହିଁ ।
Ad
Poetry Books 50% Off
Bestselling collections from top poets
Shop Now →
