ପରୀକ୍ଷାର ଏ ମଞ୍ଚ !!!🪧
ଏହି ଜୀବନର ରଙ୍ଗ ମଞ୍ଚରେ , ଲୋକେ ଅନେକ ପରୀକ୍ଷା ଦେଇଥାନ୍ତି ।। କିଏ ଶ୍ରେଣୀକକ୍ଷରେ ବସି ତିନି ଘଣ୍ଟାର ପରୀକ୍ଷା ଦିଏ , ଗୋଟିଏ ବିଷୟରେ ଉତ୍ତୀର୍ଣ୍ଣ ହେବା ପାଇଁ ।। ଆଉ କିଏ ଚାରିମାସର ପରୀକ୍ଷା ଦିଏ , ଭଲ ଫସଲ ଅମଳ ହେବା ପାଇଁ ।। ମାଆଟିଏ ନଅମାସର ପରୀକ୍ଷା ଦିଏ , ପିଲାଟିଏ ଜନ୍ମ ହେବା ପାଇଁ ।। ଏପରିକି ଗୋଟେ ମିନିଟର ପରୀକ୍ଷା ଦେଇଥାନ୍ତି , ଓଲିମ୍ପିକ ପ୍ରତିଯୋଗୀମାନେ ।। କିଏ ଏକ ଲମ୍ବା ସମୟ ଧରି ପରୀକ୍ଷା ଦିଏ , ଜୀବନର ସଂଘର୍ଷ ସହ ଲଢିବା ପାଇଁ ।। ଆଉ କିଏ ମନରେ ଚାଲୁଥିବା ଗୋପନ ଯୁଦ୍ଧର ପରୀକ୍ଷା ଦିଏ , ଅନ୍ତରର ଶାନ୍ତି ଖୋଜିବା ପାଇଁ ।। ପୁଣି କିଏ ଦୈନିକ ଖାଦ୍ୟ ଓ ଜଳ ଯୋଗାଡ଼ର ପରୀକ୍ଷା ଦିଏ , ପରିବାରର ଭରଣପୋଷଣ କରିବା ପାଇଁ ।। କିଏ ସମାଜର ଆକ୍ଷେପ ଓ ଗଞ୍ଜନାର ପରୀକ୍ଷା ଦିଏ , କେବଳ ଆତ୍ମସମ୍ମାନ ବଞ୍ଚାଇବା ପାଇଁ ।। ଆଉ କିଏ ଦିନ ଓ ରାତି ହାଡ଼ଭଙ୍ଗା ପରୀକ୍ଷା ଦିଏ , ଅଧୁରା ସ୍ବପ୍ନକୁ ସାଫଲ୍ୟରେ ପରିଣତ କରିବା ପାଇଁ ।। ଏସବୁ ପରୀକ୍ଷାର ପ୍ରକୃତ କାରଣ ହେଉଛି , ଏକ ଜୀବନର ଅର୍ଥ ଓ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ।।
Poetry Books 50% Off
Bestselling collections from top poets
