।। ନିରୀହ ପଥିକ ।।
ଏ ଜୀବନ୍ତ ପଥିକ ଜୀବନର ପଥେ , ସକ୍ରିୟ ଚିତ୍ତରେ ଆଗେଇ ଯାଏ । ସୁଖ ଦୁଃଖ ଯାହା ପାଇବ ରାସ୍ତାରେ ସବୁ ସହୃଦେ ଆପଣେଇ ନିଏ ।। ସ୍ମୃତି ସରିତା ର ସୁଷମା ତୀରରେ ନିଶା ରାତ୍ରୀରେ ବିଶ୍ରାମ କରେ । ଶୋଇବା ଆଗରୁ ପ୍ରତିଦିନ ସେ ଯେ ନିଜ ମୁଖ ଧୋଏ ସ୍ମୃତି ନିରେ ।। ହେଲେ ଅଳ୍ପ ସମୟରେ ଅନନ୍ତ ଗଗନେ ଆଶା ପରିପୂର୍ଣ୍ଣ ସୂର୍ଯ୍ୟ ଆଲୋକିତ ହୁଏ । ମନ ଦୃଢ଼ କରି ଦୀନ ବାଇଆ ପଥିକ ଦାୟିତ୍ଵ ଭାରକୁ ଵୋହିକି ସେ ଚାଲୁଥାଏ ।। ନିଜ ଶାଶ୍ଵତ ଲକ୍ଷ୍ୟ କୁ ଅଣଦେଖା କରି ସଂସାର ମାୟାରେ ବାନ୍ଧି ହୋଇ ରହି ଯାଏ । କିଛି ଦୂର ଯାଇ ଏହି ଜଞ୍ଜାଳ ଯାତ୍ରାରେ କ୍ଳାନ୍ତ କାୟାଧରି ଆତ୍ମହରା ହୋଇଯାଏ ।। ଏଣେ ସର୍ବସ୍ବ ଛାଡ଼ିକି ବୃଦ୍ଧ ଅଭିଜ୍ଞ ଯାତ୍ରିକ ମାୟା ବନ୍ଧନୁ ମୁକୁଳି ଯାତ୍ରା ଅନ୍ତ କରିଥାଏ । ସମୟ ଗଙ୍ଗାରେ ଅସ୍ଥି ଭାସି ଭାସି ଯାଇ ଜୀବନ ସଂଘର୍ଷ ର ଭାବଭରା ଗୀତ ଗାଉଥାଏ ।। °°°°°°°°°°°°°° ~ଓମ୍ ପ୍ରକାଶ ମିଶ୍ର✍🏻
Poetry Books 50% Off
Bestselling collections from top poets
