ଲଣ୍ଡା ମୁଣ୍ଡିଆ
ପିଲାଦିନେ ଗାଁର ସେ ଦଶ ତୁଠ କଥା ମନେପଡେ ହସ ଲାଗେ ପେଟ ହୁଏ ବ୍ୟଥା ଭାବିଥିଲି ଚୁଟି କାଟି ଆସିବି ମୁଁ ସେଠୁ ଓଲଟା ତ ହେଉଛି ରେ ଦେଖିଲି ମୁଁ ବାଟୁ। ଲଣ୍ଡା କରି ଛାଡୁଛନ୍ତି ପିତିଆ ବାରିକ ହେବି ନାହିଁ ଲଣ୍ଡା ତାଙ୍କୁ କହିଦେଲି ଆଗ ପାଖେ ସେଠି ରହିଥାନ୍ତି ଯେତେ ଲଣ୍ଡା ଜନ ହସି ହସି ଗାଉଥନ୍ତି ମତେ ତାଙ୍କ ଜ୍ଞାନ । ନ ଦେଲେ ତୋ ଜେଜେମା କୁ ଚୁଟି ଆଜି ତୁହି ଆକାଶରେ ତାକୁ କେହି ଖାଦ୍ୟ ଦେବେ ନାହିଁ ଆଉ ଜଣେ ରହସ୍ୟର ଜେଜେ ବାପା ମୋର ଟାଣି ଆଣି ବସାଇଲେ ହଟ ଧରି ମୋର । କାଇଲେ ସେ ପିତିଆକୁ ଲଣ୍ଡା ତାକୁ କର ଡେରି ହେଲା ଯିବା ଆମେ ଜଲଦି କାମ ସାର ଆଖି ବୁଜି କାନ୍ଦିଲି ମୁଁ ସକେଇ ସକେଇ ହସୁଥାନ୍ତି ସେଠି ସବୁ ଦାନ୍ତକୁ ଦେଖେଇ । ପରଦିନ ସ୍କୁଲରେ ସାଙ୍ଗ ସାଥି ସବୁ ଡାକୁଛନ୍ତି ମତେ ସବୁ ଆରେ ଲଣ୍ଡା ବାବୁ ଫେରି ଆସୁ ପିଲାଦିନ ସେହି ସାଙ୍ଗ ସାଥି ହସି ଖେଳି କଟlନ୍ତି ମୁଁ ପୁଣି ଦିନ ରାତି ।
Ad
Poetry Books 50% Off
Bestselling collections from top poets
Shop Now →
