ଚୈତ୍ର ର ଚୈତାଳୀ
ଭାରି ମୋନୋହର ଲାଗେ ଏହି ଚଇତ, ଏହି ମାସେ ବସନ୍ତ ଗାଏ ମଧୁର ଗୀତ, ରାସ କରନ୍ତି ରାଧାକୃଷ୍ଣ ହୋଇ ସଙ୍ଗାତ, କ୍ଷେତରେ ବାସି ଉଠେ ନହକା ବେତ। ଆଦ୍ୟେ ମା ଦୁର୍ଗା ଆସନ୍ତି ବସି ବ୍ୟାଘ୍ର ଉପରେ, ପନ୍ତି ଭୋଗ ଲାଗେ ବାଟେ ପ୍ରତି ମଙ୍ଗଳକୁ ଥରେ, ରୁକୁଣା ରଥେ ବିଜେ କରନ୍ତି ଶିବ ଅଶୋଷ୍ଟମୀରେ, ମାସ ମଧ୍ୟରେ ରାଜା ଅଟେ ବନ୍ଧୁ ଚୈତ୍ର ମାସ ରେ! ଏପ୍ରିଲ୍ ମାସ ର ପ୍ରଥମ ଦିବସ ଜାଣୁ ଆମେ, ଉତ୍କଳ ଦିବସ କେବଳ ଉତ୍କଳ ଜନନୀ ନାମେ, ଚନ୍ଦନ ଯାତ୍ରା ଅକ୍ଷୟ ତୃତୀୟା ପୁରୀ ଧାମେ, ଅକ୍ଷି ମୁଠି ତଣ୍ଡୁଳ ଅନୁକୂଳ ହୁଏ ପ୍ରତି ଗ୍ରାମେ। ରାମ ନବମୀ ସୀତା ବିଭାଘର ଏହି ଦିନେ, ହିଙ୍ଗୁଳା ଯାତ କୁ ଜନ୍ମ ନେଇଛନ୍ତି ହନୁମାନେ, ଚୈତ୍ର ଗୁଣ୍ଡିଚା ପାଇଁ ଓଡ଼ିଆ କରେ ଅଭିମାନେ, ଭାରି ଭଲ ଲାଗେ ଚଇତ ଦଣ୍ଡ ମନେ ମନେ। ଚୈତ୍ର ର ଚୈତାଳୀ ଦିଏ ମନ କୁ ଅମାପ ଶାନ୍ତି, ଭୁଲେଇ ଦିଏ ସେ ମନରୁ ପ୍ରତ୍ୟେକ ଅରି-ଭ୍ରାନ୍ତି, କ୍ଷୁଦ୍ର କବି ଚୈତ୍ର କୁ ମାସ ଶ୍ରେଷ୍ଠ ବୋଲି କୁହନ୍ତି, ଅର୍କଜ୍ୟୋତି ଚୈତ୍ର ର ଗୁଣାବଳୀ ସୁଖେ ଗାଆନ୍ତି।
Poetry Books 50% Off
Bestselling collections from top poets
