ଅପେକ୍ଷା.........
ତୁମ ବାଟ ଚାହିଁ ସେବେଠୁ ବସିଛି ଯେବେଠୁ ଦେଇଛ ଆଶା, ଅପବାଦ ନିନ୍ଦା ସହି ଅପେକ୍ଷା କରିଛି ତୁମକୁ କରି ଭରଷା......... (1) ନୀରବରେ ଲୁହ ବହି ଯାଏ ଆଜି କହିବାକୁ ଭାଷା ନାହିଁ, କହିଲେ ଅବା କିଏ ସେ ବୁଝିବ ସମୟ କା ପାଶେ ନାହିଁ...... (2) ଆଖିର ଲୁହ ମୋ ଓଠ ପିଇଯାଏ ନିଦେ ଝାଉଁଳିର ଆଖି, ସପନେ ଦେଖଇ କେବଳ ତୁମକୁ କେବେ ସତରେ ପାରୁନି ଦେଖି....... (3) ଦୁଃଖର ଜୁଇରେ ଆଜି ମୁଁ ଜଳୁଛି ଜିଅନ୍ତା ଶବଟେ ହୋଇ, ବଂଚିବାଟା ଖାଲି ଅଭିନୟ ମୋର କା ପାଶେ ପାରୁନି କହି......... (4) #ରଞ୍ଜିତା.......
Ad
Poetry Books 50% Off
Bestselling collections from top poets
Shop Now →
