.... ଭାଇ...❤️
ଶବ୍ଦ ରେ ନୁହେଁ, ଶ୍ରମ ରେ ତୁମ ଧର୍ମ ନୀରବତା ମଧ୍ୟରେ ଗୁଞ୍ଜେ ତୁମ କର୍ମ ଭାଙ୍ଗିଯାଇଥିବା ସ୍ବପ୍ନ ର ଭସ୍ମ ମଧ୍ୟରୁ ତୁମେ ଗଢିଛ ଆତ୍ମ ବିଶ୍ୱାସ ର ସିନ୍ଧୁ..... (୧) ବେଦନା ତୁମ ପାଇଁ ଶିକ୍ଷା ର ଶାସନ ହାର ତୁମେ ଚକ୍ଷୁ ରେ ଜିତ ର ଅନୁଶାସନ ନିଜ ଆଘାତ କୁ ତୁମେ ଲୁଚାଇ ରଖ ଅନ୍ୟ ର ଆଖିରେ ଭରିଦିଅ ଆଲୋକ..... (୨) ମୋ ପାଇଁ ତୁମେ କେବଳ ସମ୍ପର୍କ ନୁହେଁ ତୁମେ ଜୀବନ ଗ୍ରନ୍ଥ ର ଅମୂଲ୍ୟ ଶ୍ଳୋକ ପଥ ହରାଇଲେ ଯେତେବେଳେ ମୋ ମନ ତୁମ ନିରବ ଦୃଷ୍ଟି ହୋଇଯାଏ ଦିଗଦର୍ଶନ..... (୩) ଯଦି ଜୀବନ ହେଉଥାନ୍ତା ଏକ ଦୀପଶିଖା ତୁମେ ହୁଅଇ ତାହାର ଅନନ୍ତ ପ୍ରତିଶୃତି ରେଖା ଭାଇ ତୁମ ଅସ୍ତିତ୍ବ ମୋ ଜୀବନ ର ଅର୍ଥ ତୁମେ ପ୍ରେରଣା ର ସବୁଠୁ ଶୁଦ୍ଧ ଚରିତାର୍ଥ..... (୪)🙏 @ରଞ୍ଜିତା ପ୍ରଧାନ.....
Ad
Poetry Books 50% Off
Bestselling collections from top poets
Shop Now →
