ଆଜି ପୁଣି ଥରେ
ଆଜି ପୁଣି ଥରେ ଜୀବନର ସେହି ସପ୍ନର ପୃଷ୍ଠାରେ , ଦିଶେ କେବଳ ସେହି ସପ୍ନର ଛାଇ , 🌛 ପୁଣି ସେଇ ସୀମାହୀନ ଅନ୍ଧାରରେ , ଚାହିଁ ଅଛି ରହି ।। 🌿 ଆଜି ପୁଣି ଥରେ କଳ୍ପନାର ହାତେ , ପୁସ୍ତକଟିଏ ଧରି , 📚 ପୁଣି ସେଇ ଲକ୍ଷ୍ଯର ସତା ଆଜି , ଆସିଥିଲା ଫେରି ।। ⭐️ ଆଜି ପୁଣି ଥରେ ଫେରିଛି ସମୟ , ମୋ ଅବାସ୍ତବ କଳ୍ପନାକୁ ଛୁଇଁ , ପୁଣି ସେଇ ଅଶାନ୍ତ ଅସ୍ଥିର ମନରେ , ଜାଗରଣ ହେବା ପାଇଁ ।। 🌊 ଆଜି ପୁଣି ଥରେ ଲୁଚିଥିଲା ଛାଇଆଲୁଅ ପରି , ☀️ ପଛରେ ମୋହର , ସଯତ୍ନେ ସୁଯୋଗଟିଏ ଦେଇ , ହାତରେ ମୋହର ।। 🌸 ଆଜି ପୁଣି ଥରେ ଖସି ଚାଲିଗଲା ମୋ ଜୀବନର ଲକ୍ଷ୍ଯ , 👩🎓 ମୋର ପାଖେ ଯାଇ , ପୁଣି ସେଇ ମନ ଲାଗି ସପ୍ନର , ଦିଗ ଚହଟାଇ ।। 🍁 ଆଜି ପୁଣି ଥରେ ସାଗର ବେଳାରେ , ସମୀରଣ ସାଜି ହାତ ଧରି ନେଲା , ପୁଣି ସେଇ ଅନ୍ଧାରରେ , ଦିଗହରା ଚଢ଼େଇ ପରି ଛାଡି ଚାଲିଗଲା ।। 🐦 : ଲିପ୍ସା ଦେହୁରୀ :
Ad
Poetry Books 50% Off
Bestselling collections from top poets
Shop Now →
