🌱ଗଛ ଆମର ସାଥୀ 🌱
ସେଇ ଗଛ ଟିଏ , ଆମ ସମସ୍ତଙ୍କ ସାଥୀ ସିଏ । ତାର ମହାନତା ଲେଖିବା ପାଇଁ, କହୁଅଛି ମନ ନୀତି ବୁଝେଇ । ନିଜ ପାଇଁ କେବେ କରେନି ସେ ରାହା, ପ୍ରତି ମୁହୂର୍ତ୍ତରେ ଆମକୁ ସେ ସାହା । ସେବା ଯତନରେ ପାଳିଲେ ତାକୁ, ଫୁଲ,ଫଳ ଦିଏ ସିଏ ଆମକୁ । ଖରା ବରଷାକୁ ଡରେ ସେ ନାହିଁ, ଛତା ପରି ରଖେ ସିଏ ଘୋଡେ଼ଇ । ଅଙ୍ଗାର କାମ୍ଳର ବିଷ ସେ ପିଏ , ଅମ୍ଳଜାନ ମଧୁ ଆମକୁ ଦିଏ । ବିଜୁଳି ନଥିଲେ ଜାଳି ସେ ହୁଏ, ଖାଦ୍ୟ ରାନ୍ଧିବା ରେ ଆଲୋକ ଦିଏ । ଯୁଗ ଯୁଗ ଧରି କରୁଅଛି ସେବା , ଆମ କର୍ତ୍ତବ୍ୟ ତାକୁ ବଞ୍ଚେଇ ବା । କାଗଜ ପାଇଁ ସେ ସହିଦ୍ ହୁଏ , ବହି,ଖାତା ହୋଇ ପାଖରେ ଥାଏ । ସେବା ଯତନରେ ପାଳିଲେ ତାକୁ, ରକ୍ଷା କରିବ ସିଏ ଆମକୁ । 🌳 ଧନ୍ୟବାଦ 🌳
Poetry Books 50% Off
Bestselling collections from top poets
