ଭଲ ଲାଗେ ମୋତେ....
ଭଲ ଲାଗେ ମୋତେ ଦେଖିବାକୁ... ଦୂର ଆକାଶ ର ଭସା ମେଘ, ଗଗନ ରାଇଜର ବିହଙ୍ଗ, ମଉନି ପ୍ରକୃତି ର ବିରାଗ, ଦୂର ପାହାଡ ର ଚୂଡ଼ା ଭାଗ... ||୧|| ଭଲ ଲାଗେ ମୋତେ ଭରିବାକୁ..... ଶୁଷ୍କ ମୁହେଁ ତୃପ୍ତି ର ଟିକେ ହସ, ବନ୍ଧୁ ପାଶେ ପ୍ରୀତି -ଭାବ -ରସ, ପୀଡିତା ମନେ ନବ ଆଭାସ, ହୃଦେ ଭାବନା ର ଆପ୍ତ ଭାଷା..||୨|| ଭଲ ଲାଗେ ମୋତେ ଶୁଣିବାକୁ..... କାହା ହୃଦୟ ର ବିଚଳନ, ଅବାନ୍ତର ଆରଣ୍ୟ -ରୋଦନ, ଖଦ୍ୟୋତ ର ଗୁଣୁଗୁଣୁ ତାନ, ଦରଦୀ ବନ୍ଧୁର ଦୁଃଖ ଗାନ.....||୩|| ଭଲ ଲାଗେ ମୋତେ ରଚିବାକୁ.... ପ୍ରକୃତି ରାଇଜର କାହାଣୀ, ମହାପୁରୁଷ ଙ୍କ ମଧୁବାଣୀ, ଶୁଷ୍କ ତନୁ ର ସଦ୍ୟ ଚାହାଣୀ, ସମ୍ପର୍କ ର ଅଚିହ୍ନା ତରୁଣୀ.....||୪|| #ରଞ୍ଜିତା......
Ad
Poetry Books 50% Off
Bestselling collections from top poets
Shop Now →
