ଯଦି ମୁଁ ଜଣେ କବି ହୁଅନ୍ତି
ଯଦି ,ମୁଁ ଜଣେ କବି ହୁଅନ୍ତି, ଜହ୍ନ କୁ ଜହ୍ନ ନୁହଁ ,ତମ ପ୍ରତିଛବି କହନ୍ତି । ନିରୀହ ଅନ୍ଧାର କୋଳରେ ଶୋଇ, ମୁଁ ତୁମକୁ ଶୁଣନ୍ତି , ପୁଁନେଇ ରାତିର ପରଦାରେ ଅପୁରା ସ୍ୱପ୍ନ ବୁଣନ୍ତି , ମୁଁ ଯଦି ଜଣେ କବି ହୁଅନ୍ତି... ମୋ ଅଛପା କବିତାରେ ତମ ନାଁ କୁ ଲୁଚେଇ ଲେଖନ୍ତି , ବାର ବାର ଲେଖି ବାର ବାର ମିଟେଇ ଦିଅନ୍ତି। ତମ ସରୁ ଅଙ୍ଗୁଳିରେ, ବୁଣନ୍ତି ଆଶାର ଟୋକେଇ , ତମକୁ ନିଜ ନାରେ ନୁହଁ, ଡାକନ୍ତି ମୋର କହି । ସବୁ ନୀରବତାରେ ତମ ପାଦଧ୍ଵନି ଶୁଣନ୍ତି, ନିଜ କଥା କେବେ ମନେ ପଡ଼ି ଗଲେ , ତମ ବିଷୟରେ ଲେଖନ୍ତି, ଯଦି ମୁଁ ଜଣେ କବି ହୁଅନ୍ତି... ମୋ ଭାବନାର ସବୁ ଗନ୍ତବ୍ୟ ସ୍ଥଳ ହୁଅନ୍ତ ତମେ , ପ୍ରତିଟି ଲେଖାର ତାତ୍ପର୍ଯ୍ୟ ସରନ୍ତା ତମରି ନାମେ। ଦୁଇ ଆଖିବୁଜି ପବନେ ତମର ବାସ୍ନା ଖୋଜନ୍ତି , ହୃଦୟକୁ ମୋ ହୃଦୟ ନୁହଁ , ତମରି ଘର କହନ୍ତି, ଯଦି ମୁଁ ଜଣେ କବି ହୁଅନ୍ତି... ମୋ କଲମର ସୀମା ତମର ପରିଧି ହୁଅନ୍ତା, ପହିଲି ବର୍ଷାର ବୁନ୍ଦାକୁ ଛୁଇଁ ତମରି ନାଁ ଦିଅନ୍ତା । ତମ ଚେହେରା କୁ ମନ ଆଇନାରେ ଛାପି ରଖନ୍ତି, ଛତ ଉପରେ ବସି ତମ କଥା ତାରାକୁ କୁହନ୍ତି । ଅବଶିଷ୍ଟ ଜୀବନର ପ୍ରତିରୂପ , ତମ କଜଳିଆ ଆଖି ଦେଖନ୍ତି, ଯଦି ମୁଁ ଜଣେ କବି ହୁଅନ୍ତି...। ମୋ ନୀରସ କବିତାରେ , ତମ ନାଁ ର ଅଳଙ୍କାର ଲେଖନ୍ତି, ବୟସର ଭଙ୍ଗା ଗାଡ଼ିରେ ତମ ଲାଜକୁ ଇନ୍ଧନ କରନ୍ତି , ଆଉ , ଦରମରା ଜୀବନରେ ତମ ହସକୁ ହସ ନୁହଁ ଅମ୍ଳଜାନ ମୋର କହନ୍ତି । ଯଦି ମୁଁ ଜଣେ କବି ହୁଅନ୍ତି , ଜହ୍ନ କୁ ଜହ୍ନ ନୁହଁ ତମ ପ୍ରତିଛବି କହନ୍ତି... ।। ©yudhishbagh
Poetry Books 50% Off
Bestselling collections from top poets
