ମାତୃ ଭାଷା ମୋର ଗର୍ବ
ମାତୃଭାଷା ମୋର ମନର ମନ୍ଦାକିନୀ, ସ୍ନେହର ସୁଗନ୍ଧ ଭରା ତାର ଧାରା। ଜନନୀର କୋଳରୁ ଶୁଣିଥିବା ସ୍ୱର, ଆଜିବି ହୃଦୟେ ତାହାରି ଉଜ୍ଜ୍ୱଳ ଧାରା। ଅକ୍ଷର ଅକ୍ଷରେ ଆଶୀଷର ସ୍ପର୍ଶ, ଶବ୍ଦେ ଶବ୍ଦେ ଶୁଭ୍ର ସଂସ୍କୃତିର ଛାୟା। ଓଡ଼ିଆ ମୋର ପ୍ରାଣର ପ୍ରଭାତୀ ସୂର୍ଯ୍ୟ, ଜୀବନ ପଥରେ ଦେଉଛି ଆଲୋକ ମାୟା। ପଣ୍ଡିତର ପାଠ ଓ ଗାଁର ଗୀତ, ସମାନ ସ୍ନେହରେ ଜଡା ଏକ ସୂତ୍ରେ। ଏହି ଭାଷାରେ ହସିଛି ଶୈଶବ, ଏହି ଭାଷାରେ ସ୍ୱପ୍ନ ଫୁଟେ ମନସ୍ତଳେ। ତ୍ୟାଗ ଓ ତପସ୍ୟାର ଦୀପ୍ତ ଐତିହ୍ୟ, କଳା ଓ କାବ୍ୟର କାନ୍ତିମୟ ଧନ। ମାତୃଭାଷା ପାଇଁ ହୃଦୟର ଶପଥ— ରଖିବି ତାକୁ ସଦା ଶିରେ ଧରି ଗର୍ବର ଚିହ୍ନ। ଆସ ଆମେ ସବୁ ଏକ ସ୍ୱରେ କହିବା, ଓଡ଼ିଆ ଆମର ଆତ୍ମାର ଆଧାର। ମାତୃଭାଷା ମୋର ଜୀବନ ଶକ୍ତି, ତାହାରି ଗୌରବେ ଆମର ସଂସାର। ପରିଚୟ - ସ୍ନୃତୁହିନ ଲେଖକ ରାଜେଶ 🙏😇😎
Ad
Poetry Books 50% Off
Bestselling collections from top poets
Shop Now →
