ମୁଁ ଆକାଶର ପକ୍ଷୀ
ମୁକ୍ତାଟିଏ ମୁଁ ସାଗରରୁ ଆଣି ରଖିଥିଲି ତାକୁ ବାନ୍ଧି, ଆଖିର ପିତୁଳା ଜକଜକ ଦେଖି ସ୍ନେହରେ ଦେଲି ଯେ ଛନ୍ଦି। ମୁକ୍ତ ଆକାଶେ ଉଡ଼ି ପାରିଲାନି କହି ନ ପାରିଲା କିଛି କେମିତି ଜାଣିବ ମଣିଷ ହୃଦୟ ହୃଦୟେ ନାହିଁ ଯେ ପ୍ରୀତି। ତୋଫା ଗୋରା ତାର ଶରୀରଟା ପୁଣି ମଳିନ ଯେ ପଡ଼ିଗଲା, ଭୋକ ଶୋଷ ନାହିଁ, କାନ୍ଦି କାନ୍ଦି ତାର ବେଳ ଯେ ବୁଡିଗଲା । ଏଡ଼େ ବକଟିଏ ଶାବକକୁ ତାର ମାଆ ଯେ ଖୋଜୁଛି ଆଜି, କେମିତି ଜାଣିବ ପୁଅଟି ତ ତାର ମରିଗଲା ମାଆ ଡାକି।।
Ad
Poetry Books 50% Off
Bestselling collections from top poets
Shop Now →
