ମାଁ
ସୁନୀତା ସିଂହ ଲାଇଙ୍ଗ, ସୁନ୍ଦରଗଡ଼ ମୋ ମାଁ ସେ ଏ ଦୁନିଆରେ ନଥିଲେ ବି ତା ମନ ସଦା ମୋ ପାଖେ ମୁଁ ଖୁସିରେ ଥିଲେ ସେ ଖୁସି ହୁଏ ମୋ ଦୁଃଖରେ ସେ ଦୁଃଖୀ.......!! କିଏ କହିଲା ସେ ଏ ଦୁନିଆରୁ ଚାଲିଗଲା ବୋଲି ସବୁ ମିଛ ସେ ତା ରୋଗିଣୀ ଦେହଟାକୁ ସିନା ତ୍ୟାଗୀଦେଲା ହେଲେ ସେ ସଦା ମୋ ଆଖେ ପାଖେ ରହେ କେବେ ମୋତେ ସାହସ ଦେବା ପାଇଁ ତ ଆଉ କେବେ ମୋ ଓଠରେ ହସ ଦେବାକୁ.....!! କଣ ଅବା କରିଥାନ୍ତା କେତେ ଆଉ ସେ କର୍କଟ ରୋଗ ସହ ଲଢ଼ିଥାନ୍ତା ହାରି ହାରି ଯାଉଥିଲା ଭିତରୁ ହେଲେ ତଥାପି ତା ଆତ୍ମବିଶ୍ୱାସ ହାରି ନ ଥିଲା କେବଳ ମୋ ପାଇଁ ହଁ ହଁ କେବଳ ମୋ ପାଇଁ ମୋ ପାଇଁ ବଞ୍ଚି ଚାଲି ଥିଲା ମୋ ମାଁ.....!! ପ୍ରତି ମୁହୂର୍ତ୍ତ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ହାରିଗଲା ମୋ ମାଁ ଚେଷ୍ଟା ଜାରି ଥିଲା ସୁସ୍ଥ କରିବାକୁ ହେଲେ କାହିଁକି କେଜାଣି ଏ ରୋଗ କଳଙ୍କି ଖାଇଲା ପରି ମଣିଷକୁ ଭିତରୁ ଖାଇ ଖାଇ ଯାଏ....!! ବଞ୍ଚେୟିବାକୁ ଚାହିଁ ବି ମଣିଷ ହାର ମାନିଯାଏ କାହାକୁ ନ ହଉ ସେ ରୋଗ ଏହି ବିନତି କରି ମୁଁ ଢାଲୁଅଛି ପ୍ରଭୁ..... ଲୋତକରେ ଭରା ଭକତିର ଭାବ.....!! **************
Poetry Books 50% Off
Bestselling collections from top poets
