ଅଧା ଲେଖା ଗପଟେ ମୁଁ
ଅଧା ଲେଖା ଗପଟେ ମୁଁ ଖୋଜି ବୁଲେ ମୋର ପରିଚୟ ନିଜ ପ୍ରତିଛବି ଭିତରେ କେତେ ଯେ ବିଡମ୍ବନା ତାହା ଖୋଜିବା ହୋଇପଡେ ଅତି କଷ୍ଟକର। ଅଧା ଲେଖା ଗପଟେ ମୁଁ ସମୟର ତାଳେ ତାଳେ ଚାଲି ଯାଏ ସିନା ଜୀବନ ହେଲେ ମିଳେ ନାହିଁ ମୋର ପରିଚୟ। ଅଧା ଲେଖା ଗପଟେ ମୁଁ କେତେ ଦୁଃଖ କଷ୍ଟ ସହ୍ୟ କରି ଆସିଛି ଏ ସଂସାର ହେଲେ ମିଳେ ନାହିଁ ମୋର ପରିଚୟ। ଘଣ୍ଟାର ଟିକ୍ ଟିକ୍ ଶବ୍ଦ ପରି ଚାଲିଥାଏ ସିନା ମୋର ଜୀବନ। ହେଲେ ମିଳେ ନାହିଁ ମୋର ପରିଚୟ। ସମୁଦ୍ରର ଲହଡ଼ି ଭଳି ଚାଲିଥାଏ ସିନା ମୋର ଜୀବନ ହେଲେ ମିଳେ ନାହିଁ ମୋର ପରିଚୟ। ପବନର ସୂ ସୂ ଶବ୍ଦରେ ପ୍ରକମ୍ପିତ ହୁଏ ଏ ଶରୀର ହେଲେ ମିଳେ ନାହିଁ ମୋର ପରିଚୟ। ଅଧା ଲେଖା ଗପଟେ ମୁଁ ଖୋଜି ବୁଲେ ମୋର ପରିଚୟ।
Ad
Poetry Books 50% Off
Bestselling collections from top poets
Shop Now →
