ବୋଉ
ବୋଉ ତୁ ତ ସର୍ଗୀୟ ତୃପ୍ତି ର ଅନ୍ୟନାମ ଲୁହ କୋହ ଭରା ଜୀବନର ଜଳନ୍ତ ଉଦାହରଣ । ବୋଉ ତୁ ତ ସମୁଦ୍ର ର ସ୍ଥିରତା । ଆଉ ମୁଁ ଆଶାନ୍ତ ଅସ୍ଥିର ଲହରୀ ଟିଏ । ବୋଉ ତୁ ତ ରାଷ୍ଟ୍ର ଟିଏ ତୋର ପଣତ ମୋ ପାଇଁ ଧ୍ୱଜା ହୋଇ ଉଡୁଥାଏ । ତୁ ପରା ଅସୀମ ଧର୍ଯ୍ୟର ଦେବୀ ପୁଣି ସମର୍ପଣ ସାଗର ଟିଏ । ବୋଉ ତୁ ମହମହ ବାସନାର ବଣ ମଲ୍ଲିଟିଏ ଅଜ୍ଞାନ ଅନ୍ଧକାର ବଳୟର ଜ୍ଞାନ ରୁପୀ ଜଳନ୍ତ ଦୀପଟିଏ। ବୋଉ ତୁ ମାଟି ମନ୍ଦିରର ନାରୀ ନାରାୟଣୀ ଟିଏ ପୁଣି ମମତାର ଉଚ୍ଚୁଳା ନଇଁ ଟିଏ । ତୋ ହାତର ଶାଗ ଖରଡାରେ ଅମୃତ ଭଳି ସ୍ଵାଦ ଥାଏ। ବୋଉ ତ ପଣତ ମୋ ପାଇଁ ନୀଳ ଚକ୍ର ନେତ ସିଏ ତୋ ଛାଇ ସେ ହଁ ଛାତ । ବୋଉ ତୁ ବୁଝି ପାରୁ ମନର ଅଳି ଅର୍ଦ୍ଦଳି ଅଶାନ୍ତ ଭିତରେ ସନ୍ଧାନ କରୁ ସାମୁକାର ମୁକ୍ତା । ବୋଉ ତୋର ଏମିତି ହାତଟିଏ ଯାହାର ହାତ ଥର୍ମ ମିଟର ଠାରୁ ଅଧିକ ବାସ୍ତବ , ତାପମାତ୍ରା ମାପିବାରେ । ସ୍ବପ୍ନ ଓ ବାସ୍ତବିକତାର ଏରୁଣ୍ଢି ତୁ , ପ୍ରେମ ଓ ପ୍ରେରଣାର ପଣତ ପରା ତୁ । 🥰🥰🥰
Poetry Books 50% Off
Bestselling collections from top poets
