ମୁଁ ଅସଫଳ,ବୋଉ
ବୋଉ, ଆଜି ମା' ଦିବସ, ତୁମ ପାଇଁ ଲୋକେ ଗୀତ ଲେଖନ୍ତି, ମୁଁ ତ? କେବଳ ଅନୁତାପର ଅଂଶୁ ଲୁହରେ ଭିଜିଯାଏ ମୋ ଲେଖା। ତୁମ ସ୍ବପ୍ନ ଥିଲା, ମୁଁ ହେବି ବଡ଼ କିଛି, କିନ୍ତୁ ମୁଁ ହେଲି ଗୋଟିଏ ଅସଫଳ ପୂତ୍ର, ଅପୂରଣ ଆଶା। ମୁଁ ଚେଷ୍ଟା କଲିନି, ବୁଝିଲିନି ତୁମ ନିଜ ଉପେକ୍ଷା, ତୁମ ହସି ମଧ୍ୟ ଲୁଚାଇ ଥିଲା ଅସଙ୍ଖ୍ୟ ଆଘାତ ଓ ତ୍ୟାଗ। ଏବେ ମୁଁ ବୁଝିପାରୁଛି, ବୋଉ, ତୁମ ଶ୍ରମ ବେକାର ଯାଇନି, ତୁମ ସେଇ ସ୍ନେହର ଦାନ ବନ୍ଧି ରଖିଛି ମୋ ପାଇଁ ଆଖର ଆଶା। ମୁଁ ବିଫଳ ହୋଇଛି ଶିକ୍ଷାରେ, ଜୀବନରେ ଗୋଟିଏ ହାର, ତୁମ ପାଇଁ ଦିନେ ମଧ୍ୟ ଦିଏପାରିନି ଏକ ଗର୍ବର ଉପହାର। ତୁମେ ଯେଉଁ ଦିନ ଭାଗ୍ୟକୁ ଦୋଷ ଦେଲନି, ମୁଁ ଆଖି ଝୁକେଇଥିଲି, ମୁଁ ତୁମ ପାଖରେ ଅନୁପସ୍ଥିତ, ତୁମ ମନ ଝୁଲିଥିଲା ନିରାଶାରେ। ମୁଁ ଆଜି ବଞ୍ଚିଛି ଏକ ଅପରାଧ ବୋଧ ସହ, କିନ୍ତୁ ତୁମ ପ୍ରେମ ଅଛି ଅଦୃଶ୍ୟ ଶକ୍ତି ଭଳି ମୋ ସହ। ବୋଉ, ମୁଁ ଅସଫଳ ହୋଇପାରି, କିନ୍ତୁ ମୁଁ ତୁମ ପୁଅ, ଏ ଜନ୍ମ ଥିରେ ତୁମ ସ୍ନେହ ପାଇଁ ମୁଁ କୃତୃଗ୍ନ ସଦା।
Poetry Books 50% Off
Bestselling collections from top poets
