ଆନନ୍ଦ ମନ
ଅସ୍ଥିର ମନର ବିଚଳିତ ଭ୍ରମଣ କେବେ ରହେ ସାଥିରେ ତ, କେବେ ଚାଲିଯାଏ ଅନ୍ୟତ୍ର ହୋଇ ଆକର୍ଷଣ ।୧। ସୁଖର ଦ୍ୱାରରେ ସଦା ତାର ଧ୍ୟାନ ଦୁଃଖର ଦ୍ୱାରକୁ କରେ ସେ ବାରଣ, ଭାବେ ସିଏ ସେହି ଖୁସି ତ ଜଗତ ହେଲେ ସେ ଜାଣେନା, ତା' ଅଟେ କ୍ଷଣିକ ।୨। ମନକୁ ବାନ୍ଧଇ ଆମର ବିବେକ ତାକୁ କରିବାକୁ ହେବ ମଜବୁତ, ଚେତନା ସ୍ତର ଯେତେ ବଢୁଥାଇ ବିବେକ ମଧ୍ୟ ତା ସାଥେ ଚାଲିଥାଈ ।୩। ତା' ପରେ ଆସଇ ଜୀବନେ "ଆନନ୍ଦ" ସୁଖ, ଦୁଃଖ ଠାରୁ ଅଟେ ସିଏ ଊର୍ଦ୍ଧ୍ବ ।୪। "ଆନନ୍ଦ ମନ"ଯେ ନହୁଏ ଅସ୍ଥିର ସେ ପରା ଅଟଇ ବନ୍ଧା ଭ୍ରମର, ଫୁଲ ତାକୁ କେବେ ପାରେନା ଟାଣି ସେ ଯାଏ, ବିବେକ ଯଦି ତାକୁ ଦିଏ ବଖାଣି ।୫।
Ad
Poetry Books 50% Off
Bestselling collections from top poets
Shop Now →
