ଦଶମ ର ଶେଷ ପରୀକ୍ଷା
ମୁଁ ଜାଣିନି କେବେ ତାଙ୍କ ସହ ମୋ ଦେଖା ହେବ, ସାଙ୍ଗ ସହ କଥା ହେବାର ସୁଯୋଗ ବିଭୁ ଦେବ, ସାଙ୍ଗ କେବେ ମୋ ନାମ ତା ତୁଣ୍ଡ ରେ ନେବ, ଆଜି ପରା ମୁ ଦଶମ ର ଶେଷ ପରୀକ୍ଷା ଦେଲି। ଗୁରୁଜୀ ଗୁରୁମା ମୋତେ କେବେ ଗେହ୍ଲା କରିବେ? ଉଦ୍ଧତ ହୋଇଥିବାରୁ ଆମ ଉପରେ ଗର୍ଜିବେ, ପରୀକ୍ଷା ପତ୍ରରେ ମାର୍କ ଦେବା ପାଇଁ ମନା କରିବେ, ଆଜି ପରା ମୁ ଦଶମ ର ଶେଷ ପରୀକ୍ଷା ଦେଲି। ବର୍ଷକେ ପୂର୍ବରୁ ମୁ କହୁଥିଲୁ ଦରକାର ନାହିଁ ମୋତେ ମିତ୍ର, ଆଜି ମନ ବଦଳିଗଲା ମୁଁ ହେଲି ଦୁଃଖର ପାତ୍ର, ଇଚ୍ଛା ହେଉଛି ପୁଣି ସାଙ୍ଗରେ ପାଠ କରିବା ଆତ୍ର। ଆଜି ପରା ମୁ ଦଶମ ର ଶେଷ ପରୀକ୍ଷା ଦେଲି। ହେ ପ୍ରଭୁ! ସବୁ ସାଙ୍ଗ ମୋ ସହ କଥା ହେଉଥାନ୍ତୁ, ମୋ ବିଷୟରେ ଗୁରୁମାନେ ମନେ ପକାନ୍ତୁ, ଏମିତି ଈଶ୍ୱର ତାଙ୍କ ମୁଖରେ ହସ ରଖନ୍ତୁ, ଆଜି ପରା ମୁ ଦଶମ ର ଶେଷ ପରୀକ୍ଷା ଦେଲି।
Ad
Poetry Books 50% Off
Bestselling collections from top poets
Shop Now →
