ତନିଷା ନାମେ ଭଉଣୀ ମୋର......
ତନିଷା ନାମେ ଭଉଣୀ ମୋର ଦେଖିବାକୁ ସେ ଅପୂର୍ବ ସୁନ୍ଦର ହସିଲେ ସେ ଲାଗଇ ପରି ରାଗିଲେ ସେ ନୁହେଁ କାହାରି...... (୧) କୁନି ଓଠ ରେ ତା ମିଠା ମିଠା କଥା ଶୟନେ କର୍ଣ୍ଣ ମୋର ଭାଳେ ସେହି କଥା କୁନି ପାଦରେ ତା ପାଉଁଜି ର ସୂର ଆନନ୍ଦିତ ମନ ଶୁଣି ବାର ବାର..... (୨) ତନିଷା ନାମେ ଭଉଣୀ ମୋର ପ୍ରଚଣ୍ଡ ବୁଦ୍ଧି ସେହି ଝିଅର ଭକ୍ତି ଭାବ ଅବା ପାଠପଢା ରେ ଯଶ ରଖିଯିବା ଭବିଷ୍ୟତ ରେ...... (୩) ଇଶ୍ୱରଙ୍କ ପାଶେ ଗୁହାରି ମୋର ଶିଖାଅ ତାକୁ ମାର୍ଜିତ ସଂସ୍କାର ଆହେ! ମହାବାହୁ ପ୍ରସାରିତ ବାହୁ ତୁମ୍ଭ କୃପା ସଦା ବରଷି ଥାଉ........ (୪) #ରଞ୍ଜିତା......
Ad
Poetry Books 50% Off
Bestselling collections from top poets
Shop Now →
