ସିଏ ପରା ବାପା....
ଝଡ଼ ବରଷାରେ ସିଏ ମୁଣ୍ଡରେ ଛତା , ଅନ୍ଧାର ରାତିରେ ସିଏ ଆଲୁଅ ରାସ୍ତା , ସିଏ ହେଉଛନ୍ତି ବାପା ।। ଜଞ୍ଜାଳ ସବୁକୁ ମୁଣ୍ଡେଇ ଧୈର୍ଯ୍ୟ ଆଉ ସାହସ ରଖି , ହାତ ଧରି ରାସ୍ତା ଦେଖାଉ ଥାଆନ୍ତି , ସିଏ ହେଉଛନ୍ତି ବାପା ।। କୋଠରତା ଆଉ ଅନୁଶାସନ ଭିତରେ ନିଜ ପ୍ରେମକୁ ଲୁଚେଇ ରଖିଥାନ୍ତି , ସିଏ ହେଉଛନ୍ତି ବାପା ।। ପଥ ଭୁଲିଯାଇ ଅପଥରେ ଗଲେ ପଥେ ସିଏ ଆଣିଥାନ୍ତି , ସିଏ ହେଉଛନ୍ତି ବାପା ।। ଲୁଚେଇ ପିଇ ନିଜ ଲୁହ ଟୋପା ତଥାପି ଜୀବନରେ କରନ୍ତିନି କେବେ ଏକା , ସିଏ ହେଉଛନ୍ତି ବାପା ।। ତନୁଶ୍ରୀ
Ad
Poetry Books 50% Off
Bestselling collections from top poets
Shop Now →
